ସଂସ୍କାର : ରୁଷ୍ – ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଆମ ଦେଶରେ ଗ୍ୟାସ ସିଲିଣ୍ଡରର ଦାମକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ। ଆଉ ଦେଶବ୍ୟାପୀ ପୁଣି ନୂଆ ଦରଦାମ ଲାଗୁ ହୋଇଛି। ତେବେ ଜାନୁଆରୀ ଆରମ୍ଭରୁ ସରକାରୀ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦାମ ୧୦୨.୫୦ ଟଙ୍କା କମାଇଥିଲେ । ଯେଉଁଥିପାଇଁ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଥିଲା । ଏଠାରେ କହିରଖୁଛୁ ଯେ, ଏଲପିଜି ଦାମ ପ୍ରତି ମାସରେ ରିଭାଇଜ ହୋଇଥାଏ । ଆସନ୍ତୁ ଜାଣିବା ଦିଲ୍ଲୀ, ମୁମ୍ୱାଇ ସମେତ ବିଭିନ୍ନ ସହରର ରୋଷେଇ ଗ୍ୟାସ୍ ଦରରେ ବର୍ତ୍ତମାନ କଣ ହୋଇଛି ପରିବର୍ତ୍ତନ।
ଜାନୁଆରୀରୁ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ ୧୯୯୮ ଟଙ୍କା ୫୦ ପଇସା ଥିଲା । ଯେତେବେଳେ କି ମୁମ୍ୱାଇରେ ୧୯୪୮ଟଙ୍କା ୫୦ ପଇସା ଥିଲା । ଅଣ ସବସିଡିଯୁକ୍ତ ୧୪.୨କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ : ଦିଲ୍ଲୀରେ ୮୯୯ ଟଙ୍କା ୫୦ ପଇସା ଥିବାବେଳେ ବିହାରରେ ୯୭୯ଟଙ୍କା ୫୦ ପଇସା ରହିଛି । ସେହିଭଳି ମୁମ୍ୱାଇରେ ୮୯୯ଟଙ୍କା ୫୦ ପଇସା ଥିବାବେଳେ ମଧ୍ୟପ୍ରଦେଶରେ ୯୦୫ ଟଙ୍କା ୫୦ ପଇସା ରହିଛି ।
ରାଜସ୍ଥାନରେ ୯୦୩ ଟଙ୍କା ୫୦ ପଇସା ଥିବାବେଳେ ପଞ୍ଜାବରେ ୯୩୩ ଟଙ୍କା ରହିଛି । ଉତ୍ତର ପ୍ରଦେଶରେ ୮୯୭ ଟଙ୍କା ୫୦ ପଇସା ଥିବାବେଳେ ଉତ୍ତରାଖଣ୍ଡରେ ୯୧୮ଟଙ୍କା ୫୦ ପଇସା ଝାଡଖଣ୍ଡରେ ୯୫୭ ଟଙ୍କା ରହିଛି।ସେହିଭଳି ଛତିଶଗଡରେ ୮୭୧ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର। ତେବେ ଓଡିଶାରେ ମଧ୍ୟ ୯୩୦ ଟଙ୍କା ରହିଛି।
ଯଦି ଆପଣ ନିଜ ସହରରେ ଗ୍ୟାସ୍ ସିଲିଣ୍ଡରର ସର୍ବଶେଷ ହାର ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସରକାରୀ ତୈଳ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ। ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ସର୍ବଶେଷ ହାର ଯାଞ୍ଚ କରିପାରିବେ : https://iocl.com/Products/IndaneGas.aspx ।