ସଂସ୍କାର : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ରୁଷର ସେନା କ୍ରମାଗତ ଭାବରେ ୟୁକ୍ରେନର ରାଜଧାନୀ କିଭ ଆଡକୁ ଗତି କରୁଛନ୍ତି। ଏହି ସମୟରେ, ରୁଷର ଆକ୍ରମଣର ପ୍ରଥମ ଦିନରେ ବିବାହ କରିଥିବା ୟୁକ୍ରେନୀୟ ସୈନିକ ଦମ୍ପତି ୟରିନା ଏରିଭା ଏବଂ ସ୍କୋଟୋସ୍ଲାଭ ଫୁର୍ସିନ୍ ସେମାନଙ୍କର ହନିମୁନରେ ପାଳନ କରିଛନ୍ତି। ଆଉ ହନିମୁନ ପରେ ସେମାନେ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ତେବେ ଯୁଦ୍ଧ ବିଷୟରେ ଚିନ୍ତା ମଧ୍ୟ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ବିବାହର କିଛି ଘଣ୍ଟା ମଧ୍ୟରେ ଏହି ଦମ୍ପତି ନିଜ ଦେଶର ସୁରକ୍ଷା ପାଇଁ ଯୁଦ୍ଧରେ ଯୋଗ ଦେଇଛନ୍ତି। ଆଉ ରୁଷର ସୈନିକଙ୍କୁ ନିଜ ବନ୍ଧୁକ ମୁନରେ ମାରୁଛନ୍ତି ।
ମେ ମାସରେ ଏହି କପଲ୍ ବିବାହ କରିବାର ଥିଲା, କିନ୍ତୁ ରୁଷ୍ , ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଗତ ସପ୍ତାହରେ କିଭରେ ବିବାହ ବନ୍ଧା ହେବାକୁ ରାଜି ହୋଇଥିଲେ ଏହି ଦୁଇ ଜଣ ସୈନ୍ୟ ଦମ୍ପତି। ଆଉ ବିବାହ ପରେ ହନିମୁନ ସାରି ସେମାନେ ରୁଷ୍ ସହିତ ଯୁଦ୍ଧ କରିବାକୁ ଆଗେଇ ଆସିଥିଲେ।
ଏହି ଦମ୍ପତି ଯୁଦ୍ଧର ଚାରିଦିନ ପୂର୍ବରୁ ରାଜଧାନୀ କିଭର ଏକ ମଠରେ ବିବାହ କରିଥିଲେ। ବିଶେଷ କଥା ହେଉଛି ବିବାହ ପରେ ବର ଏବଂ କନ୍ୟା ନିଜ ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା କେନ୍ଦ୍ରକୁ ଯିବାକୁ ସ୍ଥିର କରିଥିଲେ। ୨୦୧୯ରେ ଏକ ବିରୋଧ ସମୟରେ ଏହି ଦମ୍ପତି ସାକ୍ଷାତ ହୋଇଥିଲେ ଏବଂ ଉଭୟ ଉଭୟଙ୍କର ପ୍ରେମରେ ପଡିଥିଲେ।
ଏହି ଦମ୍ପତି ନିଜ ବିବାହ ଯାକଜମକରେ ସେମାନଙ୍କର ବିବାହ ଯୋଜନା କରିଥିଲେ, କିନ୍ତୁ ରୁଷ ଆକ୍ରମଣ କରିବାର ଖବର ପାଇ ଦୁହେଁ ବିବାହ କରିନେଲେ। ଏହା ସହିତ ହନିମୁନ ପାଳନ କରି ରଣକ୍ଷେତ୍ରକୁ ବାହାରିଲେ। ଆଉ ଏହି ଦମ୍ପତି ବିଶ୍ୱାସ ରଖିଛନ୍ତି ଯେ, ୟୁକ୍ରେନ ଏହି ଯୁଦ୍ଧ ନିଶ୍ଚିତ ଭାବରେ ଜିତିବ।