ପାକିସ୍ତାନରେ ବନ୍ୟା : ଏହିଭଳି ରିପୋର୍ଟିଂ କେବେ ଦେଖି ନ ଥିବେ ଆପଣ, ଦେଖନ୍ତୁ VIDEO, ହୋସ ଉଡିଯିବ…

ସଂସ୍କାର : ଆମ ପଡୋଶୀ ଦେଶ ପାକିସ୍ତାନ ଭୟଙ୍କର ବନ୍ୟା ପରିସ୍ଥିତି ସହ ସଂଗ୍ରାମ କରୁଛି। ଗତ ଗୁରୁବାର ସୁଦ୍ଧା ବନ୍ୟାରେ ମୃତ୍ୟୁ ସଂଖ୍ୟା ୧,୨୬୭ ରେ ପହଞ୍ଚିଛି। ଏହି ସମୟରେ ବନ୍ୟା ପରିସ୍ଥିତିର ମୁକାବିଲା କରୁଥିବା ବେଳେ ପାକିସ୍ତାନୀ ଗଣମାଧ୍ୟମ ଲୋକମାନଙ୍କୁ ପ୍ରତ୍ୟେକ ରିପୋର୍ଟ ପହଂଚେଇବା ପାଇଁ ଚେଷ୍ଟା କରୁଛି।

ସାମ୍ବାଦିକମାନେ ବେଳେବେଳେ ପରିସ୍ଥିତିର ସଠିକ୍ ଚିତ୍ର ଦେବା ପାଇଁ ଯେକୌଣସି ସୀମା ଉଲଘଂନ କରିଥାନ୍ତି, ଯାହାଫଳରେ ସେମାନେ ନିଜକୁ ବିପଦରେ ପକାନ୍ତି। ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାମ୍ବାଦିକ ପାଣି ଭିତରେ ବୁଡି ରହି ରିପୋର୍ଟିଂ କରୁଥିବାର ନଜର ଆସିଛନ୍ତି।

ଭାଇରାଲ୍ ହେଉଥିବା ଭିଡିଓରେ ଜଣେ ସାମ୍ବାଦିକ ବନ୍ୟା ପରିସ୍ଥିତି ମଧ୍ୟରେ ଅକାତ କାତ ପାଣି ଭିତରେ ବୁଡି ରହି ରିପୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି। ତାଙ୍କର ସମ୍ପୂର୍ଣ୍ଣ ଶରୀର ପାଣିରେ ବୁଡି ରହିଛି ଏବଂ ଭିଡିଓରେ କେବଳ ତାଙ୍କ ମୁଣ୍ଡ ଏବଂ ମାଇକ୍ ଦୃଶ୍ୟମାନ ହେଉଛି। ଭିଡିଓ ସେୟାର କରି ଅନୁରାଗ ଅମିତାଭ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ‘ବିପଜ୍ଜନକ, ମାରାତ୍ମକ ଏବଂ ଭୟାନକ ପାକିସ୍ତାନୀ ରିପୋର୍ଟ।

ସୋସିଆଲ ମିଡିଆରେ ଅନେକ ସାମ୍ବାଦିକଙ୍କ ନିଷ୍ଠା ଏବଂ କାର୍ୟ୍ୟକୁ ପ୍ରଶଂସା କରିଥିବାବେଳେ ଅନେକେ ସମ୍ବାଦଦାତାଙ୍କୁ ବିପଦରେ ପକାଇ ନ୍ୟୁଜ୍ ଚ୍ୟାନେଲକୁ ସମାଲୋଚନା କରିଥିଲେ। ଯଦିଓ ଲୋକମାନେ ଏହାକୁ ‘ଚାନ୍ଦ ନବାବ ୨’ ବୋଲି ମଧ୍ୟ କହୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ଏହିଭଳି ରିପୋର୍ଟିଂ କରିବା ପାଇଁ ଆପଣଙ୍କୁ ନମସ୍କାର। ଏହି ସମୟରେ, ଅନ୍ୟ ଜଣେ ଉପଭୋକ୍ତା ଲେଖିଥିଲେ, ‘ୟେ ରିପୋର୍ଟିଂ ସମ୍ଭବ ନୁହଁ’।

ପାକିସ୍ତାନର ବନ୍ୟା ପରିସ୍ଥିତି :

ପାକିସ୍ତାନରେ ବନ୍ୟା ପରିସ୍ଥିତିକୁ ଆକଳନ କଲେ ଜଣାପଡୁଛି ଯେ, ଦେଶର ୩.୩ କୋଟି ଜନସାଧାରଣ ବା ଦେଶର ମୋଟ ଜନସଂଖ୍ୟାର ୭ଭାଗ ଲୋକ ଅଲଗା ହୋଇଛନ୍ତି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ ଏହାକୁ “ଦଶନ୍ଧିର ସବୁଠାରୁ ଭୟଙ୍କର ମୌସୁମୀ ” ବୋଲି କହିଥିବାବେଳେ ଅର୍ଥମନ୍ତ୍ରୀ ମିଫ୍ଟା ଇସମାଇଲ କହିଛନ୍ତି ଯେ ଏହି ବନ୍ୟାରେ ପାକିସ୍ତାନର ଅର୍ଥନୀତିରେ ୧୦ ବିଲିୟନ ଆମେରିକୀୟ ଡଲାରର କ୍ଷତି ଘଟିଛି ।

ବନ୍ୟା ଯୋଗୁଁ ଅତି କମରେ ୧୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୫୭୫ ଜଣ ଆହତ ହୋଇଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୯,୯୨,୮୭୧ ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି ଯେଉଁଥିପାଇଁ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଏବଂ ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦିରୁ ବଞ୍ଚିତ ହୋଇଛନ୍ତି। ଏହା ସହିତ ପ୍ରାୟ ୮ ଲକ୍ଷ ପଶୁ ବି ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *