ଗୁଣ୍ଡୁଚି ମୂଷା ଏବଂ ସାପର ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ, ଦେଖନ୍ତୁ ଭିଡ଼ିଓ

କୁହାଯାଏ ଯେ ସାହସ ଏବଂ ଉତ୍ସାହ ହିଁ ଯୁଦ୍ଧରେ ବିଜୟ ହାସଲ କରି ହୁଏ, ଯାହା ପାଇଁ ଶକ୍ତି କିମ୍ବା ନାଁ କୌଣସି ଗୁରୁତ୍ୱ ରଖେନା । ଏହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓଟିରେ ଦେଖିବାକୁ ମିଳିଛି ଯେ ଗୋଟିଏ ସାପ ଏବଂ ଗୁଣ୍ଡୁଚି ମୂଷା ଭିତରେ ଭୟଙ୍କର ଲଢେଇ । ସାଧାରଣତଃ ଦେଖାଯାଏ ଯେ ସାପ ତା’ ଠାରୁ ଛୋଟ ହେଉ କି ବଡ଼ ଜନ୍ତୁ କିନ୍ତୁ ଶିକାର କରି ନିଜର ଖାଦ୍ୟ ବନାଏ । କିନ୍ତୁ ଏଠାରେ ଘଟିଛି ଠିକ୍ ଓଲଟା ।

ଭାଇରାଲ ହେଉଥିବା ଏହି ଭିଡ଼ିଓ ଆପଣ ଦେଖିପାରିବେ କିପରି ଗୋଟିଏ ଗୁଣ୍ଡୁଚିକୁ ଦେଖି ସାପ ପାଟିରୁ ଲାଳ ବାହାରୁଛି । ତାକୁ ଖାଇବାକୁ ସେ ବାହାରି ପଡୁଛି । ଗୁଣ୍ଡୁଚି ମୂଷା ମଧ୍ୟ ସାପକୁ ଦେଖିଲା ଏବଂ ବୋଧହୁଏ ସେ ଅପେକ୍ଷା କରିଥିଲା ​​କେତେବେଳେ ସାପଟି ତା’ ଉପରକୁ ଆକ୍ରମଣ କରିବ ଆଉ ସେ ସୁଝିବ ତାର ଆକ୍ରୋଶ । ତେବେ ପ୍ରଥମେ ସାପ ଗୁଣ୍ଡୁଚିକୁ ଆକ୍ରମଣ କରୁଛି ।

ହେଲେ କୌଣସି ମତେ ଗୁଣ୍ଡୁଚି ନିଜର ଜୀବନ ବଞ୍ଚେଇବାରେ ସଫଳ ହୋଇଛି । ଯେତେବେଳେ ବାରମ୍ବାର ସାପଟି ଗୁଣ୍ଡୁଚିକୁ ଆକ୍ରମଣ କରି ନିଜର ଶିକାର କରିବାକୁ ଚେଷ୍ଟା କରିଛି ଗୁଣ୍ଡୁଚି ଚତୁରତା ଦେଖାଇ ତାକୁ ବିଫଳତାର ସ୍ଵାଦ ଚଖାଇଛି । ସାପ ପୁଣିଥରେ ପୁରା ବଳ ଲଗାଇ ଗୁଣ୍ଡୁଚି ଉପରକୁ ଆକ୍ରମଣ କରୁଛି ଏବଂ କରି ବସୁଛି । ଏଥର ଗୁଣ୍ଡୁଚି ସାପର ଫଣାକୁ ଧରି ପକାଉଛି ଏବଂ ଜୋର କରି ଦବେଇବାକୁ ଚେଷ୍ଟା କରୁଛି । ଫଳରେ ସାପର ଫାଟି ଚିରି ହେଇଯାଉଛି । ଏହାପରେ ଗୁଣ୍ଡୁଚି ଯାହା କରୁଛି ତାହା କେବଳ ଆଶ୍ଚର୍ଯ୍ୟ କରିବନି ବରଂ ଆପଣଙ୍କୁ ହସେଇବ ମଧ୍ୟ ।

ସାପର ପାଟି ଚିରି ହେଇଯିବା ପରେ ଗୁଣ୍ଡୁଚିଟି ବାରମ୍ବାର ସାପର ପାଟିରେ ନିଜର ମୁହଁ ଘଷିବାରେ ଲାଗିଛି । କେବଳ ଏତିକି ନୁହେଁ, ଭିଡ଼ିଓଟି ପୁରା ଦେଖିଲା ପରେ ଆପଣ ଜାଣିପାରିବେ ଯେ ସାପଟିର ଶେଷରେ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *