କରୋନାଭାଇରସର ଆତଙ୍କ ଭିତରେ ଦିଲ୍ଲୀ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଲା ହଜାର ସଂଖ୍ୟାରେ ଜନଗହଳି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ : କରୋନାଭାଇରସର ଆତଙ୍କ ଯୋଗୁ ସାରା ଦେଶରେ ବ୍ୟାପିଥିବା ବିଶୃଙ୍ଖଳା, ଭୟ ଏବଂ ଅନିଶ୍ଚିତତା ମଧ୍ୟରେ ଦିଲ୍ଲୀରୁ ଏକ ଦୁଃଖଦ ସଂବାଦ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ପରେ ପ୍ରାୟତଃ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ହେଲେ ହଜାରେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଚାକିରି, ଆଶ୍ରୟ ଆଉ ଟଙ୍କା ବିନା ବି ନିଜ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ନିଃସ୍ଵ ସତ୍ତ୍ୱେ ସେମାନେ ଉତ୍ତରପ୍ରଦେଶର ସୀମା ପାର୍ଶ୍ୱରେ ଥିବା ସହର ଏବଂ ଗ୍ରାମକୁ ଫେରିବାକୁ ଚେଷ୍ଟା କରୁଛନ୍ତି ।

ଭିଡ଼ ତଥା ଗହଳି ସ୍ଥାନଗୁଡ଼ିକରେ କରୋନାଭାଇରସ ନିଆଁ ଭଳି ହୁ ହୁ ସଂକ୍ରମିତ ହେବାର ସମ୍ଭାବନାକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏହି କାରଣରୁ ରାଜ୍ୟ ରୁ ରାଜ୍ୟକୁ ଯାଉଥିବା ସବୁ ପ୍ରକାର ପରିବହନ ଯଥା ବସ, ରେଳ ଆଦିର  ସେବାକୁ ସ୍ଥଗିତ ରଖାଯାଇଛି । ଏହି କାରଣରୁ କୌଣସି ବିକଳ୍ପ ନପାଇ ପ୍ରବାସୀମାନେ ସେମାନଙ୍କ ପରିବାରବର୍ଗଙ୍କୁ ଧରି ଶହ ଶହ ମାଇଲ ଚାଲିବା ଉପାୟକୁ ଆପଣେଇ ନେଇଛନ୍ତି ।

ଗତ କିଛିଦିନ ତଳେ ଦୀର୍ଘ ପଦଯାତ୍ରା କରୁଥିବା ପୁରୁଷ, ମହିଳା ଓ ଶିଶୁଙ୍କ ଦୁଃଖଦ କାହାଣୀ ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସରକାର ଆଜି ଲୋକଙ୍କୁ ନିଜ ଘରକୁ ଫେରିବାକୁ ବସର ବ୍ୟବସ୍ଥା କରିବେ ବୋଲି ଜବାବ ଦେଇଥିଲେ । ଏଥିପାଇଁ ୧୦୦୦ ବସ ଯୋଗାଡ଼ କରିଛନ୍ତି ବୋଲି ଆଜି ସକାଳେ ଉତ୍ତରପ୍ରଦେଶ ସରକାର କହିଛନ୍ତି । ଏହାସହିତ ୨୦୦ DTC ବସର ବ୍ୟବସ୍ଥା ବି କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ଆଜି ସନ୍ଧ୍ୟାରେ, ନ୍ୟୁଜ୍ ଏଜେନ୍ସି ANI  ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଶେୟାର କରାଯାଇଥିବା ଭିଡ଼ିଓରେ ଦେଶ ଛାଡ଼ିବା ପରିପ୍ରେକ୍ଷୀରେ ଏସବୁ ହାଇଲାଇଟ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *