ରାସ୍ତା କଡ଼ରୁ ଏକା ସାଙ୍ଗରେ ଉଦ୍ଧାର ହେଲା ୩ ଟା ଅର୍ଦ୍ଧନଗ୍ନ ମୃତଦେହ : ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଆତଙ୍କ …

ରାସ୍ତା କଡ଼ରୁ ଏକା ସାଙ୍ଗରେ ୩ ଟା ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳେଇ ଦେଇଛି । ଘଟଣାଟି ଘଟିଛି ବିହାରର ସୁପୋଲରେ । ପିପରା ଥାନା ଅନ୍ତର୍ଗତ ନିର୍ମଳୀ ଗାଁର ରାସ୍ତା କଡ଼ରୁ ମିଳିଛି ୨ ଟି ଅର୍ଦ୍ଧ ନଗ୍ନ ମୃତଦେହ । ସେମାନଙ୍କ ପାଖରୁ ପ୍ରାୟ କିଛି ଦୂରରେ କ୍ଷେତରୁ ମିଳିଛି ଆଉ ଏକ ମୃତଦେହ । ତେବେ ମାତ୍ର ୧୦୦ ମିଟର ପରିସର ଭିତରେ ୩ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିସାରିଛି ।

ପୋଲିସ ଦେଇଥିବା ସୂଚନା ଅନୁସାରେ ୩ ଟା ମୃତଦେହର ବୟସ ପାଖାପାଖି ୩୫ରୁ ୪୫ ବର୍ଷ । ଘଟଣା ଦିନ ସକାଳ ବେଳା ଗାଁ ଲୋକେ ବୁଲାବୁଲା କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଏହି ଅଜବ ଘଟଣା ଯେଉଁଥିରେ ରାସ୍ତା କଡ଼ରେ ୩ ଟା ମୃତଦେହ ଅଲଗା ଅଲଗା ସ୍ଥାନରେ ପଡ଼ିଥିଲା ଏବଂ ୨ ଟି ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲା । ତୁରନ୍ତ ତେଣୁ ଗାଁ ଲୋକେ ପୋଲିସକୁ ଖବର ଦେଲେ ।

ଖବର ପାଇ ପୋଲିସ ଆସି ପହଞ୍ଚିଥିଲା ଘଟଣାସ୍ଥଳରେ । ପିପରା ଥାନା ପୋଲିସ ଉକ୍ତ ମୃତଦେହଗୁଡ଼ିକ ଜବତ କରିବା ସହିତ ସେମାନଙ୍କୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା । ତେବେ ଏଯାବତ୍ ୩ ଟି ଯାକ ମୃତଦେହର ପରିଚୟ ମିଳି ପାରିନାହିଁ ଏବଂ ଚିହ୍ନଟ କାର୍ଯ୍ୟ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *