ସଂସ୍କାର ବ୍ୟୁରୋ (୧୪/୦୭) :- ଗତ ମଙ୍ଗଳବାର ଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖ ଦିନ ଗୁଜୁରାଟର ଦ୍ଵାରିକାରେ ଥିବା ଦ୍ଵାରିକାଧୀଶଙ୍କ ମନ୍ଦିରରେ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତ ରାତି ପ୍ରାୟ ୨ ଘଣ୍ଟ ୩୦ ମିନିଟ୍ ସମୟରେ ହୋଇଥିଲା | ବଜ୍ରପାତ କାରଣରୁ ମନ୍ଦିରର ଉପରି ଭାଗରେ ଥିବା ୫୨ ୟାର୍ଡ ବିଶିଷ୍ଟ ପତାକାରେ ନିଆଁ ଲାଗିଯାଇଛି। ଯାହା ଫଳରେ ପତାକାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବଜ୍ରପାତ ହେତୁ ଦ୍ଵାରିକାଧୀଶଙ୍କ ମନ୍ଦିରର କାନ୍ଥଗୁଡ଼ିକ କଳା ହୋଇଯାଇଛି। କିନ୍ତୁ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ। ଅନ୍ୟପଟେ ଦ୍ଵାରିକାଧୀଶ ଧାମ ଚାରିପାଖରେ ଏକ ଘଞ୍ଚ ଜନବସତି ରହିଛି। ଏଭଳି ପରିସ୍ଥିତିରେ ଯଦି ଜନବସତି ଅଞ୍ଚଳରେ ବଜ୍ରପାତ ହୋଇଥାନ୍ତା, ତେବେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ବୋଲି ଆନୁମାନ କରାଯାଉଛି।
ତେବେ ଲୋକମାନେ କହିଛନ୍ତି ଯେ, ଭଗବାନ କୃଷ୍ଣ ସେମାନଙ୍କୁ ଏତେବଡ଼ ବିପଦରୁ ଉଦ୍ଧାର କରିଦେଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏଭଳି ବଜ୍ରପାତ ଦ୍ଵାରିକାଧୀଶଙ୍କ ମନ୍ଦିରରେ ହେବା ପ୍ରଥମ।
ତେବେ ଅନେକ ଲୋକ ସୋସିଆଲ ମିଡିଆରେ ଏହି ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।