ବଂଶ ଉଦ୍ଧାର ନକରୁ ପଛେ ଝିଅ କଲା ଏମିତି କାମ, ଆପଣ ଜାଣିଲେ କହିବେ “ଭଗବାନ ! ମୋତେ ବି ଝିଅଟିଏ ଦେ” : ପଢନ୍ତୁ ପୁରା ଖବର

ଏ କାହାଣୀ ଆଜିର ନୁହେଁ, ଯୁଗର ଯୁଗର । ପୁଅଟିଏ ପାଇଁ ମାନସିକ ରଖାଯାଏ, ପରିବାରଠାରୁ ଗଞ୍ଜଣା ଶୁଣିବାକୁ ମିଳେ ଆଉ ଝିଅକୁ ବୋଝ ବୋଲି ଭାବି ନିଆଯାଏ । କିନ୍ତୁ ବାପାମା’ଙ୍କ ଦୁର୍ଦିନ ସମୟରେ ସେଇ ଝିଅ ହିଁ ସାହା ହୁଏ । ଏଇମିତି ଏକ କାହାଣୀ ବବିତା ସୋରେନଙ୍କର ଯିଏ ଏହି ଲକଡାଉନ ସମୟରେ ଖୋଳିଛନ୍ତି ୧୫ ଫୁଟ ଗଭୀର କୂଅ । କାରଣ ଜାଣିଲେ ଆପଣ ବି କହିବେ, “ଭଗବାନ ! ମୋତେ ବି ଝିଅଟିଏ ଦେ ।“

ବବିତା ସୋରେନ୍ । ବୟସ ୨୪ ବର୍ଷ । ବର୍ତ୍ତମାନ ବି. ଏଡ. କରୁଛନ୍ତି । ବବିତାଙ୍କ ମା’ ନୀନା ସୋରେନ୍ ରକ୍ତହୀନତା ରୋଗରେ ପୀଡ଼ିତ । ତଥାପି କାଖରେ ମାଠିଆ ଆଉ ହାତରେ ଏକ ବଡ଼ ବାଲଟି ଧରି ପାହାନ୍ତାରୁ ବାହାରିଯାଆନ୍ତି ପାଣି ପାଇଁ । ୫୦ ବର୍ଷ ବୟସରେ ଚଳିବାକୁ ପଡ଼େ ତାଙ୍କୁ କୋଶ କୋଶ ରାସ୍ତା । ମା’ର ନିତିଦିନିଆ ସଂଘର୍ଷ ଦେଖି ଦେଖି ବବିତା ନେଲା ଏକ ସାହସିକ ପଦକ୍ଷେପ । ବିନା କାହା ସହାୟତାରେ ଖୋଳିଲା ୧୫ ଫୁଟର କୂଅ ।

ବବିତା ପ୍ରଥମେ ଗାଁ ପଞ୍ଚାୟତ ସହିତ ଯୋଗାଯୋଗ କରିବାକୁ ଚିନ୍ତା କରିଥିଲେ କିନ୍ତୁ ପରେ ପରିବାର ଲୋକ କୂଅ ଖୋଳିବା ପାଇଁ ଖର୍ଚ୍ଚ ବହନ କରିପାରି ନଥିଲେ । ଲକଡାଉନ ହେତୁ ଶ୍ରମିକ ମିଳିଲେନି ଆଉ ମିଳିଥିଲେ ବି ଅଧିକ ସମୟ ନେଇଥାନ୍ତେ । ବବିତାଙ୍କ କହିବାନୁଯାୟୀ ଗତ ୨ /୩ ସପ୍ତାହ ହେବ ମୁଁ ଖୋଳି ଚାଲିଥିଲି ଯେଯାଏଁ ପାଣି ନବାହାରିଛି । ବାପା ଓ ଭାଇ ମୋତେ ଦଉଡି ବାନ୍ଧି ତଳକୁ ଖସାଇବାରେ ଓ ଭଉଣୀ କୂଅ ଭିତରୁ ମାଟି ବାହାର କରିବାରେ ସହାୟତା କରନ୍ତି ।

ସୂଚନା ଅନୁଯାୟୀ ବବିତାଙ୍କ ବାପା ହାପନା ଏକ ସ୍ଥାନୀୟ କାରଖାନାରେ କାମ କରୁଥିବାବେଳେ ଭାଇ ଡ୍ରାଇଭର କାମ କରନ୍ତି । ତାଙ୍କ ବଡ଼ ଭଉଣୀ ଏକ ସ୍ଥାନୀୟ ପୋଷାକ ଦୋକାନରେ କାମ କରନ୍ତି । ବବିତାଙ୍କ ଏ ସାହସିକ କାମ ଖବରକୁ ଆସିବା ପରେ ବିଧାୟକ ତଥା ଆସାନସୋଲ ଦୁର୍ଗାପୁର ବିକାଶ ପ୍ରାଧିକରଣର ଚେୟାରମ୍ୟାନ୍ ତାପସ ବାନାର୍ଜୀ କହିଛନ୍ତି ଯେ କୂଅକୁ ଦେଖି ସେ ଆଶ୍ଚର୍ଯ୍ୟ । ବବିତାଙ୍କୁ ଆଶ୍ୱାସନା ଦେଇ ବାନାର୍ଜୀ କହିଛନ୍ତି ଯେ ପ୍ରଶାସନ ଏହି ୧୫ ଫୁଟ କୂଅକୁ ଖୋଳି ୩୦ ଫୁଟ କରିବ ଯଦ୍ଵାରା ତମେମାନେ ଉପଯୁକ୍ତ ପାନୀୟ ଜଳ ପାଇପାରିବ ।

Leave a Reply

Your email address will not be published. Required fields are marked *