ଇଣ୍ଟରନେଟ୍ ବ୍ୟବହାରକର୍ତ୍ତାମାନେ ସତର୍କ ହୋଇଯାଆନ୍ତୁ । କେବଳ ଏହି ଗୋଟିଏ ଭୁଲ ପାଇଁ ହୋଇପାରେ ତୁରନ୍ତ ଜେଲ !

ଜିଓ ପ୍ରବେଶ କରିବା ପରଠାରୁ ଟେଲିକମ୍ କମ୍ପାନୀମାନଙ୍କ ଭିତରେ ବଢି ଯାଇଛି ପ୍ରତିଯୋଗିତା । ପ୍ରତିଯୋଗିତାର ଗତି ମଧ୍ୟ ଦ୍ରୁତ ହୋଇଛି । ଆଜିର ଇଣ୍ଟରନେଟ୍ ଯୁଗରେ ଇଣ୍ଟରନେଟ୍ ଯେ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏହାକୁ ଏଡ଼ାଇ ଦିଆଯାଇନପାରେ । ଟେଲିକମ୍ ଇଣ୍ଡଷ୍ଟ୍ରିରେ ଜିଓର ଆଗମନ ଓ ଇଣ୍ଟରନେଟ୍ ବ୍ୟବହାର ଦୃଷ୍ଟିରୁ ଆମ ଦେଶ ଭାରତର ସ୍ଥାନ ଶୀର୍ଷରେ ।

ଇଣ୍ଟରନେଟ୍ ବ୍ୟବହାର କରିବା ଆଦୌ ଭୁଲ୍ ନୁହେଁ । କିନ୍ତୁ ଆଜିର ଯୁଗରେ ଅଧିକାଂଶ ଲୋକ ଇଣ୍ଟରନେଟକୁ ବେଆଇନ କାମ ପାଇଁ ବି  ବ୍ୟବହାର କରିଥାନ୍ତି ଓ ତାଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆ ଯାଇପାରେ ସେ ଧାରଣା ସେମାନଙ୍କର ନାହିଁ । ଯଦି ଆପଣ ବି ପ୍ରତିଦିନ ଇଣ୍ଟରନେଟ୍ ବ୍ୟବହାର କରୁଥାନ୍ତି, ତେବେ ଶେଷ ପର୍ଯ୍ୟନ୍ତ ଏହି ପୋଷ୍ଟ ପଢନ୍ତୁ । ଆଗାମୀ ସମୟରେ ଆପଣ କୌଣସି ଅସୁବିଧା ପଡ଼ିବା ପୂର୍ବରୁ ସତର୍କ ହୋଇ ଯାଇପାରିବେ । ଚାଲନ୍ତୁ ବର୍ତ୍ତମାନ ସେହି ଭୁଲ୍ ଉପରେ ନଜର ପକାଇବା ଯାହା କୌଣସି ଇଣ୍ଟରନେଟ୍ ବ୍ୟବହାରକାରୀକୁ ତୁରନ୍ତ ଜେଲ ପଠେଇ ଦେଇପାରେ ।

ସୂଚନା ଅନୁଯାୟୀ, ଦେଶରୁ ଅପରାଧ ଦୂରକରିବା ପାଇଁ ଭାରତ ସରକାର ସବୁପ୍ରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଟରନେଟରେ କାର୍ଯ୍ୟ କରୁଥିବା ‘ସାଇବର ଅପରାଧ’, ଯାହା ଉପରେ ଭାରତ ସରକାରଙ୍କ ଗୁପ୍ତଚରମାନେ “ସାଇବର ଏଜେନ୍ସି” ଦ୍ୱାରା ତୀବ୍ରତାର ସହିତ ତଦାରଖ କରୁଛନ୍ତି ।

ସେଥିମଧ୍ୟରେ ମୁଖ୍ୟ ବିଷୟବସ୍ତୁଗୁଡ଼ିକ ହେଲା,

  • ଶିଶୁ ଅଶ୍ଳୀଳତା
  • ସାଇବର ଅପରାଧ
  • ଆତଙ୍କବାଦ ସମ୍ବନ୍ଧୀୟ ପ୍ରସଙ୍ଗ
  • ଅଶ୍ଳୀଳ

ଯଦି ଆପଣ ଉପରୋକ୍ତ ମାମଲାଗୁଡ଼ିକ ମଧ୍ୟରୁ କୌଣସିଟିକୁ ବି ଫୋନ୍, କମ୍ପ୍ୟୁଟର କିମ୍ବା ଅନ୍ୟ ଉପକରଣ ମାଧ୍ୟମରେ ଖୋଜନ୍ତି, ତେବେ ଆପଣ “ସାଇବର ଏଜେନ୍ସି” ଦ୍ୱାରା ଦଣ୍ଡ ପାଇବାକୁ ହୋଇବେ ହକଦାର୍ । ଆପଣଙ୍କୁ ଭାରତ ସରକାରଙ୍କ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯିବ । ଦୋଷ କରିଥିବା ଅପରାଧୀଙ୍କ ପାଇଁ ୨ ଲକ୍ଷ ଟଙ୍କା ଜୋରିମାନା ଏବଂ ଅଢେଇ ବର୍ଷର ଦଣ୍ଡବିଧାନ କରାଯାଇଛି । ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ଏହାକୁ ଭାରତ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଇଛି । ସମସ୍ତ ବ୍ୟବହାରକାରୀଙ୍କ ପାଇଁ କଠୋର ନିର୍ଦ୍ଦେଶ ଯେ ଇଣ୍ଟରନେଟ୍ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଭୁଲରେ କରିଥିବା ଭୁଲଟିଏ ପାଇଁ ବି ଆପଣଙ୍କୁ ଅସୁବିଧା ଭୋଗିବାକୁ ପଡ଼ିପାରେ ।

Leave a Reply

Your email address will not be published. Required fields are marked *