ଚୀନକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ବୟାନ : କରୋନା ଟିକା ଯଦି ଦେଶବାସୀଙ୍କ ପାଇଁ ହିତକାରୀ ତେବେ …

ସାରା ବିଶ୍ଵ ଯେତେବେଳେ କରୋନା ସଙ୍କଟ ସହିତ ଯୁଝୁଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଆଜି ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ଯେ ମାନବଜାତି ସୁରକ୍ଷା ପାଇଁ ଟିକା ପ୍ରାଥମିକତା ବହନ କରୁଛି ଓ ଯେଉଁ ଦେଶ ସଫଳ କରୋନା ଟିକା ଆଣିବ ତାକୁ ସେ ପୂର୍ଣ୍ଣ ସହଯୋଗ ଦେବେ । ବିଗତ ଦୀର୍ଘ କେଇ ମାସ ହେବ ଚୀନ ସହିତ ତିକ୍ତ ସମ୍ପର୍କ ସତ୍ତ୍ୱେ ଚୀନର ଉଦ୍ୟମକୁ ମଧ୍ୟ ସ୍ଵାଗତ କରିବେ ।

ପ୍ରଶ୍ନ ଯେତେବେଳେ ଆମେରିକୀୟମାନଙ୍କ ପାଇଁ ଏବଂ କରୋନା ଟିକା କ୍ଷେତ୍ରରେ ଚୀନକୁ ଆମେରିକାର ସହଯୋଗ କରିବା ପ୍ରସଙ୍ଗ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଲେ ଯେ ପ୍ରଥମେ ଟିକା ଚୀନ ପ୍ରସ୍ତୁତ କରୁ କିମ୍ବା ଅନ୍ୟ କେଉଁ ଦେଶ, ଆମେରିକାର ହିତ ପାଇଁ ଯେକୌଣସି ଦେଶ ସହିତ କାମ କରିବାକୁ ପ୍ରଶାସନ ଆଗ୍ରହ ପ୍ରକାଶ କରିବ ନିଶ୍ଚୟ ।

ଗତକାଲି ଚୀନର କ୍ୟାନ୍‌ସିନୋ ବାୟୋଲୋଜିକ୍ସ୍ ଇନ୍‌କର୍ପୋରେଟଡ୍ ଏବଂ ସାମରିକ ଗବେଷଣା ୟୁନିଟ ପ୍ରସ୍ତୁତ କରିଥିବା କରୋନା ଟିକା ନିରାପଦ ଏବଂ ଶରୀର‌ରେ ରୋଗ ପ୍ରତିରୋଧକ କ୍ଷମତା ବଢାଉଛି ବୋଲି ଗବେଷକମାନେ ସୂଚନା ଦେଇଛନ୍ତି । ଆଉ ଆଜି ଆମେରିକାର ଏ ମନ୍ତବ୍ୟ ଚୀନ ସହିତ ତିକ୍ତତାକୁ ପଛ କରି ମାନବ କଲ୍ୟାଣ ଦିଗକୁ ପ୍ରାଥମିକତା ଦେଉଛି ।

ଟିକା ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଅଳ୍ପ କେତୋଟି ସଫଳ ହୋଇଥିବା କରୋନା ଟିକା ଭିତରେ ଚୀନର ‘କ୍ୟାନ୍‌ସିନୋ’ ଟିକା ଅନ୍ୟତମ । ସେହିପରି ଅନ୍ୟ କେତୋଟି ଟିକା ହେଉଛି, ଯୁକ୍ତରାଷ୍ଟ୍ର ଆମେରିକାର ମଡ଼ର୍ଣ୍ଣା ଇନ୍‌କର୍ପୋରେଟଡ୍ (ଏମ୍‌ଆର୍‌ଏନ୍‌ଏ.ଓ) ଏବଂ ଆମେରିକୀୟ ଔଷଧ ନିର୍ମାତା ଫାଇଜର୍ ଇନ୍‌କର୍ପୋରେଟଡ୍ (ପିଏଫ୍‌ଇ.ଏନ୍) ସହ ଭାଗିଦାରୀରେ ଜର୍ମାନୀର ବାୟୋଏନ୍‌ଟେକ୍ ଏସ୍‌ଇ (୨୨ୟୁଏୱାଇ.ଏଫ୍) ଦ୍ଵାରା ପ୍ରସ୍ତୁତ ଟିକା । ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଏବଂ ବ୍ରିଟିସ୍-ସୁଇଡିସ୍‌ କମ୍ପାନି ଆଷ୍ଟ୍ରାଜେନିକା (ଏଜେଡ୍‌ଏନ୍.ଏଲ୍) ଦ୍ଵାରା ପ୍ରସ୍ତୁତ ଟିକା ମଧ୍ୟ ସଫଳ ହୋଇଛି ବୋଲି ଗତକାଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *