ସଂସ୍କାର : ଗୋଟିଏ ଯୁବକକୁ ବିବାହ କରିବା ପାଇଁ ଅଡ଼ି ବସିଲେ ଦୁଇ ଜଣ ଯୁବତୀ। ଆଉ ଯୁବକଙ୍କୁ ବିବାହ କରିବା ପାଇଁ ଦୁଇ ଯୁବତୀ ପକାଇଲେ ଟସ୍। ଅର୍ଥାତ୍ ଟସ୍ ରେ ଯୁବକ ଜଣକ ଚୟନ କଲେ ନିଜର ଭାବି ପତ୍ନୀଙ୍କୁ। ଆଉ ଟସ୍ ଯାହାର ସାଥ୍ ଦେଲା ସେହି ଯୁବତୀଙ୍କୁ ବିବାହ କଲେ ଯୁବକ। ତେବେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟରେ।
ଆମେ ଜାଣିଛେ ଯେ, କୌଣସି ବିବାହ ପୂର୍ବରୁ ପରିବାର ସଦସ୍ୟଙ୍କ ସହମତି ଏବଂ ପୁଅ ଏବଂ ଝିଅର ସହମତି ଆବଶ୍ୟକ, କିନ୍ତୁ କର୍ଣ୍ଣାଟକରେ ଏହି ନିଆରା ବିବାହ ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଠାରେ ଟସ୍ ଜରିଆରେ ଏକ ବିବାହ ସ୍ଥିର ହୋଇଥିଲା। ଏହି ଘଟଣା କର୍ଣ୍ଣାଟକର ଆଲୁର ତାଲୁକର ଏକ ଗାଁର, ଯେଉଁଠାରେ ଜଣେ ଯୁବକ ଦୁଇ ଝିଅଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। କିନ୍ତୁ ଯୁବକ ଜଣକ ପ୍ରଥମ ପ୍ରେମିକାକୁ ଧୋକା ଦେଇ ଦ୍ଵିତୀୟ ପ୍ରେମିକା ସହିତ ବିବାହ କରିବାକୁ ଯାଉଥିଲା। ସେହି ସମୟରେ ବିବାହ ସ୍ଥାନରେ ପ୍ରଥମ ପ୍ରେମିକା ଆସି ପହଁଚିଗଲା।
ଆଉ ଯୁବକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଘଟଣାସ୍ଥଳରେ ଦୁଇ ପ୍ରେମିକା ଉପସ୍ଥିତ ହେବା ପରେ ଉଭୟ ଝିଅ ସେହି ଯୁବକଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିଲେ। ପ୍ରେମିକକୁ ବିବାହ କରିବା ପାଇଁ ନିଜ ନିଜ ଦାବିରେ ଜିଦ୍ କଲେ ଦୁଇ ପ୍ରେମିକା। ପରିଶେଷରେ ଏହି ସମସ୍ୟାରେ ହସ୍ତକ୍ଷେପ କଲେ ଗ୍ରାମବାସୀ। ଆଉ ଏହି ବିବାହ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଦୁଇ ଯୁବତୀଙ୍କ ପାଇଁ ଟସ୍ ପକାଇଲେ। ଆଉ ଏହି ଟସର ନିୟମ କବାଡ଼ି ଖେଳର ନିୟମ ଭଳି ରହିଲା। ଅର୍ଥାତ୍ ଯେଉଁ ଯୁବତୀ ଟସ୍ ଜିତିବ ସେ ଯୁବକଙ୍କୁ ବିବାହ କରିବ। ତେବେ ଏହି ଟସରେ ଦ୍ଵିତୀୟ ପ୍ରେମିକା ବାଜିମାତ୍ କରିଥିବା ଜଣାପଡ଼ିଛି । ଆଉ ପ୍ରେମିକ ଜଣକ ଦ୍ଵିତୀୟ ପ୍ରେମିକାକୁ ଗ୍ରାମବାସୀଙ୍କ ସମ୍ମୁଖରେ ବିବାହ କରିଛନ୍ତି।
ଟସ୍ ପୂର୍ବରୁ ଗ୍ରାମବାସୀ ଏକ ସର୍ତ୍ତ ମଧ୍ୟ ରଖିଥିଲେ। ସର୍ତ୍ତ ଆନୁଯାୟୀ, ପ୍ରଥମେ ଏକ ବଣ୍ଡ ପେପରରେ ତିନି ଜଣଙ୍କ ଦସ୍ତଖତ କରାଯାଇଥିଲା ଏବଂ ସମସ୍ତେ କହିଥିଲେ ଯେ, ଯାହା ନିଷ୍ପତ୍ତି ନିଆଯିବ ତମେ ତିନିଜଣ ମାନିବାକୁ ବାଧ୍ୟ। ସମଗ୍ର ପ୍ରକ୍ରିୟା ପରେ, ଯେତେବେଳେ ଟସ୍ ପାଇଁ ଟର୍ନ୍ ଆସିଲା, ତଥାପି ନିରବ ଯୁବକ ନିଜର ଇଚ୍ଛା ପ୍ରକାଶ କଲେ। ଯୁବକ ଜଣଙ୍କ ନିଜର ପ୍ରଥମ ପ୍ରେମିକାକୁ ଆଲିଙ୍ଗନ କରିଥିଲେ। ଆଉ ଏହି ଆଲିଙ୍ଗନର ପ୍ରତିବଦଳରେ ପ୍ରଥମ ପ୍ରେମିକା ସେ ଯୁବକକୁ ସେଠାରେ ଏକ ଚାପୁଡ଼ା ମାରିଥିଲେ। ତେବେ ପରବର୍ତ୍ତୀ ସମୟରେ ଯୁବକ ଜଣକ ଦ୍ଵିତୀୟ ପ୍ରେମିକାକୁ ବିବାହ କରିଥିଲେ।