UGC କଲା ବଡ଼ ଖୁଲସା : ୨୪ଟି ବିଶ୍ୱବିଦ୍ୟାଳୟ ନକଲି ଘୋଷିତ, ପଢନ୍ତୁ ପୁରା ରିପୋର୍ଟ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ବୁଧବାର ଦିନ ଦେଶର ୨୪ ଆତ୍ମ-ଘୋଷିତ ତଥା ଅଜ୍ଞାତ ଅନୁଷ୍ଠାନର ଏକ ତାଲିକା ପ୍ରକାଶ କରିଛି । UGC ଏହି ସଂସ୍ଥାଗୁଡ଼ିକୁ ନକଲି ବୋଲି କହିଛି । ଆୟୋଗର ତାଲିକା ଅନୁଯାୟୀ ସର୍ବାଧିକ ସଂଖ୍ୟକ ଅନୁଷ୍ଠାନ ଉତ୍ତରପ୍ରଦେଶରେ ଏବଂ ଦେଶର ରାଜଧାନୀ ନୂଆଦିଲ୍ଲୀରେ ରହିଛି ।

UGC ସଚିବ ରଜନୀଶ ଜୈନ କହିଛନ୍ତି ଯେ ଛାତ୍ର ତଥା ଜନସାଧାରଣଙ୍କୁ କୁହାଯାଇଛି ଯେ ବର୍ତ୍ତମାନ ୨୪ଟି ସ୍ଵଂଚାଳିତ ତଥା ଅଜ୍ଞାତ ଅନୁଷ୍ଠାନ UGCର ନିୟମ ଉଲ୍ଲଂଘନ କରୁଛନ୍ତି । ତେଣୁ ସେମାନଙ୍କୁ ନକଲି ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି ଏବଂ ସେହି ବିଶ୍ୱବିଦ୍ୟାଳୟଗୁଡ଼ିକର କୌଣସି ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ । ତେବେ UGC ର ଏହି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ୮ଟି ଅନୁଷ୍ଠାନ କେବଳ ଉତ୍ତରପ୍ରଦେଶର । ଏହାସହିତ ଦିଲ୍ଲୀରେ ବି ରହିଛି ଏଭଳି ୭ଟି ଅନୁଷ୍ଠାନ । ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ସେହିପରି ନକଲି ୨ଟି ଅନୁଷ୍ଠାନ ଥିଲାବେଳେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ମହାରାଷ୍ଟ୍ରରେ ରହିଛି ଗୋଟାଏ ଲେଖାଏଁ ଜାଲ୍ ବିଶ୍ୱବିଦ୍ୟାଳୟ ।

ଉତ୍ତରପ୍ରଦେଶରେ ଚାଲିଥିବା ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲା,

  • ବାରାଣାସୀ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବାରାଣାସୀ
  • ମହିଲା ଗ୍ରାମ ବିଦ୍ୟାପୀଠ / ବିଶ୍ୱବିଦ୍ୟାଳୟ, ପ୍ରୟାଗ
  • ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ପ୍ରୟାଗ
  • ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋକମ୍ପ୍ଲେକ୍ସ ହୋମିଓପାଥି, କାନପୁର
  • ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିଶ୍ୱବିଦ୍ୟାଳୟ (ଓପନ୍ ୟୁନିଭରସିଟି), ଆଲିଗଡ଼
  • ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ, କୋସି କଲାଂ, ମଥୁରା
  • ମହାରଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ, ପ୍ରତାପଗଡ଼
  • ଇନ୍ଦ୍ରପ୍ରଦେଶ ଶିକ୍ଷା ପରିଷଦ, ଇନ୍ସଟିଚିଉସନାଲ ଏରିଆ, ମାକନପୁର, ନୋଏଡ଼ା

ରାଜଧାନୀ ଦିଲ୍ଲୀରେ ଚାଲୁଥିବା ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲା,

  • କମରସିଆଲ ୟୁନିଭର୍ସିଟି ଲିମିଟେଡ୍, ଦରିଆଗଞ୍ଜ
  • ୟୁନାଇଟେଡ଼ ନେସନ ୟୁନିଭର୍ସିଟି, ଦିଲ୍ଲୀ
  • ୱୋକେଶନାଲ ୟୁନିଭର୍ସିଟି, ଦିଲ୍ଲୀ
  • ADR- ସେଣ୍ଟ୍ରିକ୍ ଜୁରିଡିକାଲ୍ ୟୁନିଭର୍ସିଟି, ରାଜେନ୍ଦ୍ର ପ୍ଲେସ
  • ବିଶ୍ୱକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପଲୋଏମେଣ୍ଟ, ଦିଲ୍ଲୀ
  • ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ, ରୋହିଣୀ

ଏହି ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଚାଲିଛି ଯେମିତିକି

ପଶ୍ଚିମବଙ୍ଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭ ମେଡିସିନ୍, କୋଲକାତା ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭ ମେଡିସିନ୍ ଆଣ୍ଡ ରିସର୍ଚ୍ଚ, କୋଲକାତା । ଓଡ଼ିଶାରେ ନବଭାରତ ଶିକ୍ଷା ପରିଷଦ, ରାଉରକେଲା ଏବଂ ଉତ୍ତର ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ, ମୟୂରଭଞ୍ଜ । କର୍ଣ୍ଣାଟକରେ ବଦଗାନଭି ସରକାରୀ ବିଶ୍ୱ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା ସମାଜ, ବେଲଗାମ୍ । କେରଳରେ ସେଣ୍ଟ ଜନ୍ ବିଶ୍ୱବିଦ୍ୟାଳୟ କୃଷ୍ଣାଟମ । ମହାରାଷ୍ଟ୍ରରେ ରାଜା ଆରବିକ ବିଶ୍ୱବିଦ୍ୟାଳୟ, ନାଗପୁର । ଆନ୍ଧ୍ରପ୍ରଦେଶରେ ଖ୍ରୀଷ୍ଟ ନିୟୁ ଟେଷ୍ଟାମେଣ୍ଟ ଡ଼ିମଡ଼ ବିଶ୍ୱବିଦ୍ୟାଳୟ, ଗୁଣ୍ଟୁର । ପୁଡୁଚେରୀରେ ଶ୍ରୀ ବିଧି ଏକାଡ଼େମୀ ଅଫ୍ ହାୟର ଏଜୁକେସନ ।

Leave a Reply

Your email address will not be published. Required fields are marked *