ସଂସ୍କାର : ନିଜ ବିଶାଳ ବ୍ୟବସାୟ ଉତରାଧିକାରୀ ଭାବେ ରିଲାଏନ୍ସ ଇଣ୍ଡ୍ରଷ୍ଟିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ତିନି ସନ୍ତାନକୁ ବାଛିଛନ୍ତି। ନିଜର ଦୁଇ ପୁଅ ଓ ଝିଅଙ୍କୁ ନିଜର ବ୍ୟବସାୟ ଦାୟିତ୍ୱ ଦେଇଛନ୍ତି ସେ। ଗତ ୧ ବର୍ଷ ଧରି ସେ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ।
ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ପୂର୍ବରୁ ରିଲାଏନ୍ସ ଜିଓର ଦାୟିତ୍ଵ ମିଳିଥିବାବେଳେ ଝିଅ ଈଶା ଅମ୍ବାନୀ ରିଲାଏନ୍ସ ରିଟେଲ ବ୍ୟବସାୟ ବୁଝୁଛନ୍ତି। ଏବେ ସାନପୁଅ ଅନନ୍ତ ଅମ୍ବାନୀ ରିଲାଏନ୍ସର ‘ନ୍ୟୁ ଏନର୍ଜି’ ବ୍ୟବସାୟ କ୍ଷେତ୍ରକୁ ଓହ୍ଲାଇଛନ୍ତି।
ନିଜ ତିନି ସନ୍ତାନଙ୍କ ମଧ୍ୟରେ ବ୍ୟବସାୟ ବାଣ୍ଟିବା ସହ ମୁକେଶ ଅମ୍ବାନୀ କହିଛନ୍ତି ତାଙ୍କ ଉତ୍ତରାଧିକାରୀଙ୍କଠାରେ ସେ ପିତା ଧୀରୁଭାଇ ଅମ୍ବାନୀଙ୍କୁ ଦେଖୁଛନ୍ତି। ଆଗାମୀ ଦିନରେ ତାଙ୍କ ବ୍ୟବସାୟକୁ ସେମାନେ ଆହୁରି ଉଚ୍ଚକୁ ନେଇଯିବେ।
ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ :
୧- ଆକାଶ ଅମ୍ବାନୀଙ୍କୁ ଟେଲିକମ ଦାୟିତ୍ୱରେ ଦିଆଯାଇଛି
୨- ଇଶା ଅମ୍ବାନୀଙ୍କୁ ରିଟେଲ
୩- ଅନନ୍ତ ଅମ୍ବାନୀଙ୍କୁ ନ୍ୟୁ ଏଜେନ୍ସି