ନିର୍ବାଚନ ପୂର୍ବରୁ ଉଦଘାଟନ ହୋଇଥାନ୍ତା : ଭାଙ୍ଗି ବର୍ଷା ପାଣିରେ ଧୋଇଗଲା ପ୍ରାୟ ଦେଢ କୋଟି ଟଙ୍କାର ଏହି ପୋଲ

ନିର୍ବାଚନ ପୂର୍ବରୁ ସାରା ବିହାରରେ ଯେତେବେଳେ ଉଦଘାଟନ ଓ ଶିଳାନ୍ୟାସ ଚାଲିଛି ଠିକ୍ କିଶନଗଞ୍ଜ ଜିଲ୍ଲାରେ ପୁଣି ଗୋଟିଏ ନିର୍ମାଣାଧୀନ ପୋଲ ଭାଙ୍ଗିଯାଇଛି । ଏହା ଅତି ନିକଟରେ ଉଦଘାଟନ ହେବାର ଥିଲା ବୋଲି ଶୁଣିବାକୁ ମିଳିଛି । କିଶାନଗଞ୍ଜର ଦିଧଲବ୍ୟାଙ୍କ ଅଞ୍ଚଳର ପଥରଘଟି ପଞ୍ଚାୟତ ଅନ୍ତର୍ଗତ ଗୋଆବଡ଼ି ଗାଁରେ କାନକାଇ ନଦୀର ବର୍ଷା ସ୍ରୋତରେ ନିର୍ମାଣାଧୀନ ପୋଲର ଗୋଟିଏ ପାଖ ଭାଙ୍ଗିଲା । ଦେଖୁ ଦେଖୁ ସମଗ୍ର ପୋଲ ଭାଙ୍ଗିଗଲା ।

ସୂଚନା ଅନୁଯାୟୀ ଏହି ପୋଲର ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଥିଲା । କେବଳ ପୋଲକୁ ଆପ୍ରୋଚ ରାସ୍ତା ନିର୍ମାଣ ବାକିଥିଲା । ବିଶ୍ଵାସ କରାଯାଉଥିଲା ଯେ ନିର୍ବାଚନ ପୂର୍ବରୁ ଏହି ପୋଲାର ଉଦଘାଟନ ହୋଇଥାନ୍ତା । ଏହି ପୋଲ ନିର୍ମାଣ ପାଇଁ ପ୍ରାୟ ୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ପୋଲାର ଦୈର୍ଘ୍ୟ ୨୬ ମିଟର ଥିଲା । ପୋଲ ଭାଙ୍ଗିବା ଘଟଣା ମଙ୍ଗଳବାର ରାତି ଅର୍ଥାତ୍ ସେପ୍ଟେମ୍ବର ୧୬ ତରୀକ୍ଷାର ।

ପୋଲ ଭାଙ୍ଗିବାର କାରଣ କୁହାଯାଉଛି ଯେ ଲଗାତାର ଦୁଇ ଦିନ ଧରି ବର୍ଷା ହେତୁ ନଦୀର ଧାର ବଦଳିଗଲା । ଯେଉଁଠାରେ ପୋଲ ନିର୍ମାଣ ହୋଇଥିଲା ନଦୀର ଧାର ସେଇଠୁ ହିଁ ବାହାରିଲା । ପୋଲ ନିକଟରେ ୨୦ ମିଟରର ଡାଇଭର୍ସନ ନିର୍ମାଣ କରାଯିବାର ଥିଲା କିନ୍ତୁ ତାହା ନିର୍ମାଣ ହୋଇନଥିଲା । ଏହି କାରଣରୁ ନଦୀର ଧାର ବଦଳିଗଲା ଓ ପୋଲ ଭାଙ୍ଗିଗଲା । ଯଦି ଡାଇଭର୍ସନ କରାଯାଇଥାନ୍ତା ତେବେ ନଦୀର ଧାର ପରିବର୍ତ୍ତନ ହୋଇନଥାନ୍ତା ଏବଂ ପୋଲ ଭାଙ୍ଗି ନଥାନ୍ତା ।

ଗୋଆବଡ଼ି ପୋଲ ଯେଉଁ ଅଞ୍ଚଳରେ ନିର୍ମାଣ ହେଉଛି ସେ ସ୍ଥାନ ଏବେ ବନ୍ୟା ପରିସ୍ଥିତିକୁ ସମ୍ମୁଖୀନ କରୁଛି । ସେ ସ୍ଥାନ ଅନେକ ଦିନରୁ ପାଣିରେ ବୁଡ଼ି ରହିଛି । ଲଗାତାର ବର୍ଷା ଯୋଗୁ ପଥରଘଟି ପାଖ କାନାକାଇ ନଦୀର ପ୍ରବାହ ତୀବ୍ର ହେଲା ଏବଂ ଏହି ପ୍ରବାହରେ ପୋଲ ଭାଙ୍ଗି ବୋହିଗଲା । ପୋଲ ବର୍ଷା ପାଣିରେ ଧୋଇଯିବା ପରେ ସମଗ୍ର ଅଞ୍ଚଳ ଏକ ଦ୍ୱୀପ ପରି ଦିଶୁଚି । ତେବେ ପୋଲ ଭାଙ୍ଗି ପାଣିରେ ବୋହିଯିବା ହେତୁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ ପୋଲ ନିର୍ମାଣରେ ଅବହେଳା କରାଯାଇଛି ।

Leave a Reply

Your email address will not be published. Required fields are marked *