ରୁଷ ଉପରେ ଆମେରିକା କରିପାରେ ଆକ୍ରମଣ , ଆମେରିକା କରୁଛି ବଡ଼ ଯୋଜନା , ହେଲେ କାହିଁକି ?

ସଂସ୍କାର:ରୁଷ ଓ ୟୁକ୍ରେନ ମଧ୍ୟରେ ଲଗାତାର ୫୦ ଦିନରୁ ଅଧିକ ଦିନ ହେବ ଭୀଷଣ ଲଢେଇ ଜାରି ରହିଛି । ୟୁକ୍ରେନ ସେନା ମଧ୍ୟ ରୁଷ ଗୁଳିର ଜବାବ ଦେଇଚାଲିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନର ୩୦୦୦ ରୁ ଅଧିକ ସୈନ୍ୟ ସହିଦ ହୋଇଛନ୍ତି। ଆଉ ୧୦ ହଜାରରୁ ଅଧିକ ୟୁକ୍ରେନ ସୈନିକ ଆହତ ବି ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛନ୍ତି ।

କୁହାଯାଉଛି ଯେ, ରୁଷର ନରସଂହାର ପରେ ୟୂକ୍ରେନକୁ ରୁଷ ସହ ଲଢିବା ପାଇଁ ନିଜ ଅସ୍ତ୍ରଶସ୍ତ୍ର ଯୋଗାଇବା କାର୍ଯ୍ୟ ଆମେରିକା ଦ୍ରୁତ ଗତିରେ କରୁଛି। ଏପରି ମନେ କରାଯାଉଛି ଯେ, ୟୁକ୍ରେନକୁ ରକ୍ଷା କରିବା ପାଇଁ ଆମେରିକା ମଧ୍ୟ ରୁଷ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବ ନାହିଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ୩୦ରୁ ଅଧିକ ପଶ୍ଚିମ ଦେଶ ସାମରିକ ସହାୟତା ଯୋଗାଇଛନ୍ତି । ଏଥିରେ ଆଣ୍ଟି-ଟ୍ୟାଙ୍କ ଓ ମିସାଇଲ ପ୍ରତିରୋଧକ ଡିଫେନ୍ସ ସିଷ୍ଟମ –ଜେବଲିନ ମିସାଇଲ ସାମିଲ ଅଛି ।

ବ୍ରିଟେନ ସହଜରେ ପରିବହନ କରାଯାଇପାରୁଥିବା ଷ୍ଟାରଷ୍ଟ୍ରିକ୍ ପୋର୍ଟାବଲ ଏୟାର ଡିଫେନ୍ସ ସିଷ୍ଟମ ଦେଇଛି । ୟୁରୋପୀୟ ସଂଘ ୮.୨ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଆମେରିକା ୧୩ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆମେରିକା ୟୁକ୍ରେନକୁ ଯୁଦ୍ଧ ବିମାନ ଖସାଇବା ପାଇଁ ୮୦୦ ଷ୍ଟିଙ୍ଗର ମିସାଇଲ ଦେଇଛି ।

Leave a Reply

Your email address will not be published. Required fields are marked *