ମହା ଠକ ବିଜୟ ମାଲ୍ୟା ୨୮ ଦିନ ମଧ୍ୟରେ ଭାରତ ଫେରିବେ ! ସବୁ ଆଇନଗତ ବିକଳ୍ପ ଶେଷ, ଜାଣନ୍ତୁ କେମିତି

ଲଣ୍ଡନ : ପଳାତକ ଶିଳ୍ପପତି ବିଜୟ ମାଲ୍ୟା ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୋଧରେ ବ୍ରିଟେନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଅପ୍ରେଲ ୨୦ ତାରିଖରେ ଲଣ୍ଡନ ହାଇକୋର୍ଟରେ ନିଜ ମାମଲା ହାରିବା ପରେ ବ୍ରିଟେନ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ ।

ବ୍ରିଟିଶ ନିୟମାନୁସାରେ ହାଇକୋର୍ଟ ରାୟର ୨୦ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇପାରିବ । ଏହି ସମୟସୀମା ଶେଷ ହେବା ପୂର୍ବରୁ ହିଁ ବିଜୟ ମାଲ୍ୟା ଆବେଦନ କରିଥିଲେ ହେଲେ ଆଜି ବ୍ରିଟେନର ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିବା ସୂଚନା ମିଳିଛି । ତେଣୁ ତାଙ୍କ ଭାରତ ଫେରିବା ବାଟ ଯେମିତି ସଫା ହେଇଯାଇଛି ।

କରିଥିବା ଆବେଦନ ଖାରଜ ପରେ ମାଲ୍ୟା ପାଖରେ ନିଜର ପ୍ରତ୍ୟାର୍ପଣକୁ ଅଟକାଇବା ପାଇଁ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ । ଫଳରେ ସେ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ମାତ୍ର ୨୮ ଦିନ ବାକି ରହିଛି ।

ସୂଚନାଯୋଗ୍ୟ ଯେ ବ୍ରିଟେନର ଗୃହ ସଚିବଙ୍କୁ ୨୮ ଦିନ ମଧ୍ୟରେ ଦେଶରୁ ବହିଷ୍କାର କାଗଜପତ୍ରରେ ଦସ୍ତଖତ କରିବାକୁ ପଡିବ ଓ ଏହାପରେ ଯାଇ ବ୍ରିଟେନର ସମ୍ପୃକ୍ତ ଅଧିକାରୀମାନେ ମାଲ୍ୟାକୁ ଭାରତକୁ ପଠାଇବା ପାଇଁ ବ୍ୟବସ୍ଥାର ସମନ୍ୱୟ ରକ୍ଷା କରିବେ ।

Leave a Reply

Your email address will not be published. Required fields are marked *