ଯୌତୁକରେ ମିଳିଲା ୧୧ ଲକ୍ଷ ଟଙ୍କା : ବରର ପିତା ଯାହା କଲେ ସମସ୍ତଙ୍କ ପାଇଁ ତାହା ଏକ ଦୃଷ୍ଟାନ୍ତ ପାଲଟିଗଲା

ରାଜସ୍ଥାନର ବୁନ୍ଦି ଜିଲ୍ଲାର ପିପରୱାଲା ଗାଁର ଅବସରପ୍ରାପ୍ତ ପ୍ରିନ୍ସିପାଲ ବାସିନ୍ଦାଙ୍କ ପୁଅର ନିର୍ବନ୍ଧ ରାଜ୍ୟରେ ଏକ ଦ୍ରଷ୍ଟାନ୍ତ ସୃଷ୍ଟି କରିଛି । ଅବସରପ୍ରାପ୍ତ ପିତାଙ୍କ ଏହି କାର୍ଯ୍ୟକୁ ସାରା ରାଜ୍ୟରେ ପ୍ରଶଂସା କରୁଛି । ଯୌତୁକ ଲୋଭ ଦୁନିଆରେ ଲୋକମାନେ ଯେତେବେଳେ ଯୌତୁକରେ ଟଙ୍କେ ଟଙ୍କେ ପାଇଁ ଲଢନ୍ତି, ଘରୋଇ ହିଂସା କରିବାକୁ ବି ଲଜ୍ଜିତ ହୁଅନ୍ତିନି ସେଠାରେ ପୁଅର ବାପା ନିର୍ବନ୍ଧରେ ଯୌତୁକ ହିସାବରେ ମିଳିଥିବା ଲକ୍ଷେ ଟଙ୍କା ପୁଅର ଶ୍ୱଶୁରଙ୍କୁ ଫେରାଇ ଦେଇଛନ୍ତି । ଏଥିପାଇଁ ଏକ ବଡ଼ ଥାଳିଆରେ ୧୧ ଲକ୍ଷ ଟଙ୍କାର ଗଦା ଫେରସ୍ତ କରିଥିଲେ । ଏହି ଫଟୋ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମିଳିଥିବା ସୂଚନାନୁସାରେ ଖଜୁରୀ ପଞ୍ଚାୟତର ପିପରୱାଲା ଗାଁ ବାସିନ୍ଦା ଅବସରପ୍ରାପ୍ତ ପ୍ରିନ୍ସପାଲ ବ୍ରଜମୋହନ ମୀଣା ତାଙ୍କ ପୁଅର ନିର୍ବନ୍ଧ କାର୍ଯ୍ୟକ୍ରମ ସମୟରେ କନ୍ୟା ପକ୍ଷରୁ ୧୧ ଲକ୍ଷ ୧୦୧ ଟଙ୍କା ଦିଆଯାଇଥିଲା । ଏଥିରେ ବ୍ରଜମୋହନ ୧୧ ଲକ୍ଷ ଟଙ୍କା ଫେରସ୍ତ କରି ଯୌତୁକ ବ୍ୟବସ୍ଥା ବିରୋଧରେ ଏକ ନୂତନ ସ୍ୱର ଉତ୍ତୋଳନ କରି ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି ।

ସୂଚନାନୁସାରେ ସୋମବାର ଦିନ ବ୍ରଜମୋହନ ତାଙ୍କ ପୁଅ ରାମଧନ ମୀଣାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଟୋଙ୍କ ଜିଲ୍ଲାର ୟୁନିୟାରା ତହସିଲର ମଣ୍ଡାବରା ଗ୍ରାମ ପଞ୍ଚାୟତର ସୋଲତପୁରା ଗାଁରେ ପହଞ୍ଚିଥିଲେ । ବର ଆରତୀ ସହିତ ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ପରମ୍ପରା ତଥା ରୀତିନୀତି ଅନୁସାରେ ବର ପକ୍ଷକୁ ଯୌତୁକ ଦିଆଯାଏ । କନ୍ୟା ପକ୍ଷ ଯେତେବେଳେ ବର ପକ୍ଷକୁ ୧୧ ଲକ୍ଷ ୧୦୧ ଟଙ୍କା ଯୌତୁକ ଦେଲେ ବର ପକ୍ଷ ଏହି ରାଶିରୁ ମାତ୍ର ୧୦୧ ଟଙ୍କା ରଖି ବାକି ୧୧ ଲକ୍ଷ ଟଙ୍କାକୁ କନ୍ୟା ପକ୍ଷକୁ ଫେରାଇ ଦେଇ ସମାଜରେ ପ୍ରଚଳିତ ଯୌତୁକ ପ୍ରଥା ବିରୋଧରେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କଲେ ।

Leave a Reply

Your email address will not be published. Required fields are marked *