ସଂସ୍କାର: ଚର୍ଚ୍ଚାରେ ମୋଦିଙ୍କର ପୁଅ। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛନ୍ତି ମୋଦିଙ୍କ ପୁଅ। ଆଉ ଏହି ଘଟଣାର ସତ୍ୟତା ବିଷୟରେ କହିଛନ୍ତି ଏହି ଲୋକ। ହଁ, ଆମେ କହୁଛୁ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଥା। ମୋଦିଙ୍କର ପୁଅ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡ଼ିଆ ୟୁଜର ମଧ୍ୟ ଏହି କଥା ଶୁଣି ଛାନିଆ ହୋଇ ସାରିଲେଣି।
ତେବେ ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ରହିଥିବା ସବୁ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି। ଅପରେସନ୍ ଗଙ୍ଗା ମାଧ୍ୟମରେ ମୋଦି ସରକାର ୟୁକ୍ରେନ୍ରେ ଫସିଥିବା ହଜାର ହଜାର ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି। ଏହି ଅଭିଯାନରେ ୟୁକ୍ରେନ୍ର ସୁମିରେ ଫସିଥିବା “ଧ୍ରୁବ” ମଧ୍ୟ ଭାରତକୁ ଫେରିଛନ୍ତି। ଯିଏକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛନ୍ତି। ଧ୍ରୁବ ମୋଦିଙ୍କର ପୁଅ ବୋଲି ସୋସିଆଲ ମିଡିଆ ୟୁଜର ଭାଇରାଲ ଭିଡ଼ିଓ ଦେଖି କମେଣ୍ଟ କରୁଛନ୍ତି।
ଭାଇରାଲ ଭିଡ଼ିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ, ଧ୍ରୁବ ହେଉଛନ୍ତି ମୋଦିଙ୍କର ପୁଅ। ତେବେ ଭିଡ଼ିଓରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋଦିଙ୍କର ପୁଅ ବୋଲି ଚର୍ଚ୍ଚାରେ ଥିବା ଧ୍ରୁବଙ୍କର ନିଜ ବାପା। ତେବେ ପୁଅ ଧ୍ରୁବକୁ କେନ୍ଦ୍ରସରକାର ଯୁଦ୍ଧଭୂମି ୟୁକେନରୁ ସୁରକ୍ଷିତ ଭାବରେ ଦେଶକୁ ଆଣିବା ପରେ, ତାଙ୍କ ବାପା ଇମୋସନାଲ ହୋଇ ପଡ଼ିଛନ୍ତି।
ଧ୍ରୁବଙ୍କ ବାପା ସଞ୍ଜୟ ପଣ୍ଡିତା ଭାବୁକ ହୋଇ କହିଛନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ମୋର ବିଶ୍ୱାସ ନଥିଲା ଯେ ମୋ ପୁଅ ଧ୍ରୁବ ସୁରକ୍ଷିତ ଭାବେ ଭାରତ ଫେରିବ। ଏଇ ମୋ ପୁଅ ନୁହଁ , ଏଇ ହେଉଛି ଆମ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁଅ। ମୁଁ ଗର୍ବର ସହିତ କହିବି ଯେ ମୋଦି ଜୀଙ୍କ ପୁଅ ଫେରିଛି, ମୋ ପୁଅ ନୁହେଁ। ତେବେ ଶେଷରେ ଧ୍ରୁବଙ୍କର ବାପା ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
ଧ୍ରୁବଙ୍କ ବାପା ସଞ୍ଜୟ ପଣ୍ଡିତାଙ୍କ କହିବାନୁସାରେ, ଇଏ ମୋ ପୁଅ ନୁହେଁ, ମୋଦି ଜୀଙ୍କ ପୁଅ। ସେ ଯୁଦ୍ଧ ଭୂମି ୟୁକ୍ରେନରୁ ମୋ ପୁଅକୁ ସୁରକ୍ଷିତ ଆସିଛନ୍ତି। ଆମେ ଭାବି ନଥିଲୁ ଯେ ପୁଅ ଆଉ ଫେରିବ ବୋଲି। କିନ୍ତୁ ଭାରତ ସରକାରଙ୍କୁ ଧନ୍ୟବାଦ ଯେ ସେ ମୋ ପୁଅକୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିଛନ୍ତି।
ଭାରତ ଫେରିବା ପରେ ୟୁକ୍ରେନ୍ ଫେରନ୍ତା ଧ୍ରୁବ କହିଛନ୍ତି- ସେଠାରେ ବଞ୍ଚି କି ରହିବା ଅତ୍ୟନ୍ତ କଷ୍ଟକର ଥିଲା। ଭାରତକୁ ଫେରିବା ପରେ ଆଶ୍ୱସ୍ତି ଅନୁଭବ କରୁଛି। ଅପରେସନ୍ ଗଙ୍ଗାକୁ ସଫଳ କରିଥିବାରୁ ଭାରତ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ। ଖାସ୍ କରି ମୋଦି ଜୀଙ୍କୁ ବହୁତ ବହୁତ ଧନ୍ୟବାଦ।