କରୋନା ଭାଇରସକୁ ନେଇ ଚୀନ ବୈଜ୍ଞାନିକ ଲି ମେଂ କଲେ ବଡ଼ ଖୁଲସା : କହିଲେ ଲୁଚି ପଳେଇ ଆସିନଥିଲେ ପ୍ରାଣ ହରାଇଥାନ୍ତି, କାରଣ …

ବିଶ୍ଵ ଦରବାରରେ ଧରାପଡ଼ିଲା ଚୀନର କାରନାମା । ନିଜର ସ୍ଵାର୍ଥ ସାଧନ ପାଇଁ ଜୀବନ ବି ନେଇପାରେ ପଡ଼ୋଶୀ ଦେଶ । କରୋନା ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କୁ ମାରି ଦେଇଥାନ୍ତା ଚୀନ । ପ୍ରାଣ ବିକଳରେ ଆମେରିକା ପଳାଇଲେ । ଚୀନ ସାରା ଦୁନିଆକୁ କରୋନାର ସତ ଲୁଚାଉଥିବା କଥା ପୁଣିଥରେ ପ୍ରମାଣିତ ହୋଇଛି ।

ପଳାୟନ କରିଥିବା ବୈଜ୍ଞାନିକଙ୍କ କହିବାନୁଯାୟୀ ଚୀନର ରାଜଧାନୀ ବେଜିଂ କରୋନାର ଭୟବହତାକୁ ଅବଗତ ଥିଲା । ଚୀନରେ ସଂକ୍ରମଣ ବଢିବା ପୂର୍ବରୁ ସରକାରଙ୍କୁ ଚେତାବନୀ କରିଦିଆ ଯାଇଥିଲା । ହେଲେ କରୋନାକୁ ନେଇ ବୈଜ୍ଞାନିକଙ୍କ ତଥ୍ୟକୁ ଗୁରୁତର ସହିତ ଗ୍ରହଣ କରାନଥିଲା ଚୀନ ସରକାର । ଆଉ ଏହି ଭୁଲର ପରିଣାମ ଏବେ ସାରା ବିଶ୍ଵ ଭୋଗୁଛି ।

ଚୀନର କରୋନା ବୈଜ୍ଞାନିକ ଲି ମେଂ ୟାନ ସ୍କୁଲ ଅଫ ପବ୍ଲିକ ହେଲ୍ଥ ଅଫ ଭାଇରୋଲୋଜି ଓ ୟୁମିନୋଲୋଜି ବିଶେଷଜ୍ଞ ଭାବରେ କାର୍ଯ୍ୟରତ । ଲି ମେଂ ସେହି ବୈଜ୍ଞାନିକମାନଙ୍କ ଭିତରୁ ଜଣେ ଯେଉଁମାନେ କରୋନା ଭାଇରସ ଉପରେ ଅଧ୍ୟୟନ କରୁଥିଲେ । ଅପ୍ରେଲ ମାସର ଶେଷଆଡ଼କୁ ସେ ଆମେରିକା ପଳାୟନ କରିଛନ୍ତି । କାରଣ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ସେ ଜାଣିପାରିଥିଲେ । ପଳାୟନ କଥା ଜାଣିଥିଲେ ହୁଏତ ଆଜୀବନ କାରାଦଣ୍ଡ ନଚେତ ମୃତ୍ୟୁ ଦେଇଥାନ୍ତେ ଚୀନ ସରକାର ।

ଲି’ଙ୍କ କହିବାନୁସରେ ୨୦୧୯ ଡିସେମ୍ବର ଶେଷ ଆଡ଼କୁ କରୋନା ତାର କାୟା ଧୀରେ ଧୀରେ ମେଲାଇଲାଣି ଓ ଏହା ଜାଣିପାରି ଚୀନ ସରକାର ତା ଉପରେ ରିସର୍ଚ୍ଚ କାମକୁ ଅଟକାଇଲେ । ଚୀନ ସରକାର କେବଳ ବିଦେଶୀ ବୈଜ୍ଞାନିକ ନୁହେଁ ବରଂ ହଂଗକଂଗର ବିଶେଷଜ୍ଞଙ୍କୁ ରିସର୍ଚ୍ଚରେ ସାମିଲ କରିବାକୁ ରୋକ ଲଗାଇଥିଲେ । ଏମିତିକି କରୋନା ସମ୍ପର୍କରେ ଜାଣିପାରିଥିବା ବୈଜ୍ଞାନିକଙ୍କୁ ମୁହଁ ବନ୍ଦ ରଖିବାକୁ ଧମକ ବି ଦିଆଯାଇଥିଲା ।

କରୋନା ଭାଇରସକୁ ନେଇ ଡାକ୍ତର କିମ୍ବା ଅଧ୍ୟୟନ କର୍ତ୍ତା କେହି ଖୋଲାଖୋଲି ଆଲୋଚନା କରିପାରିବେ ନାହିଁ ବୋଲି ମଧ୍ୟ ସରକାର ତରଫରୁ କଡ଼ା ନିର୍ଦ୍ଦେଶ ଥିଲା । ୱୁହାନର ଡାକ୍ତର ଓ ବିଶେଷଜ୍ଞ ବାଧ୍ୟ ହୋଇ ମୁହଁ ବନ୍ଦ ରଖିଲେ ଓ ତାପରେ ଆରମ୍ଭ ହେଲା କରୋନାର ତାଣ୍ଡବଲୀଳା । ମଣିଷଠାରୁ ମଣିଷକୁ ବ୍ୟାପିଚାଲିଲା କରୋନା ।

Leave a Reply

Your email address will not be published. Required fields are marked *