ରାସ୍ତାକଡ଼ ଫୁଟପାଥ ଉପରେ ଲାଗିଲା ଶବଙ୍କର ଲମ୍ବା ଧାଡ଼ି : ଶବଦାହ ଗୃହ ପରିଚାଳକ କହିଲେ …

କରୋନା ସଂକ୍ରମଣ ଏବଂ ସାଧାରଣ ମୃତ୍ୟୁ ହେତୁ ଉତ୍ତର ପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଶବଦାହ ଗୃହ ମଧ୍ୟ ପୂର୍ଣ୍ଣ ହୋଇଯାଇଛି । ଏଠାକୁ ଆସୁଥିବା ଲୋକଙ୍କୁ ସେମାନଙ୍କ ପରିଜନଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଶୁକ୍ରବାର ଦିନ ଅନ୍ତିମ ସଂସ୍କାର ପାଇଁ ଏଠାରେ ଆସିଥିବା ମୃତଦେହଗୁଡ଼ିକ ରାସ୍ତା କଡ଼ରେ ଥିବା ଫୁଟପାଥ ଉପରେ ରଖା ଯାଇଥିବା ଦେଖିବାକୁ ମିଳିଥିଲା । ଏହାସହିତ, ଶବଦାହ ଗୃହ ବାହାରେ କୋଭିଡ଼ ସଂକ୍ରମିତ ରୋଗୀଙ୍କ ଶବକୁ ନେଇ ୧୪ ଟି ଆମ୍ବୁଲାନ୍ସ ଠିଆ ହୋଇଥିଲା ।

ଗୁରୁବାର ଦିନ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶବଗୁଡ଼ିକୁ ପ୍ଲାଟଫର୍ମରୁ ଦୂରରେ ରଖି ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ତିମ ସଂସ୍କାର ପାଇଁ ଧାଡ଼ି ଲଗେଇବାକୁ ପଡ଼ିଥିଲା । ଶବ ଧରି ଅପେକ୍ଷା କରିଥିବା ସମ୍ପର୍କୀୟଙ୍କ ଅବସ୍ଥା ବିଗିଡ଼ିବା ଆରମ୍ଭ ହୋଇସାରିବେଳେ ଯେମିତି ଅପରାହ୍ନ ୩ ବାଜିଲା କ୍ଷଣି ଅନ୍ତିମ ସଂସ୍କାର ମନା କରି ଦିଆଗଲା ।

ଗତକାଲି ବି ଶବଦାହ ଗୃହର କ୍ଷମତା ଠାରୁ ଅଧିକ ଶବଙ୍କ ଭିଡ଼ ଯୋଗୁ ଶବଦାହ ଗୃହ ପରିଚାଳକ ବି ଚିନ୍ତାରେ ପଡ଼ି ଯାଇଥିଲେ । ବାଧ୍ୟ ହୋଇ ମୃତକଙ୍କ ପରିବାରକୁ ନମ୍ବର ଦେଇ ଛାଇ ତଳେ ଅପେକ୍ଷା କରିବାକୁ କୁହାଯାଇଛି । ତଥାପି କେତେକ ମୃତଦେହକୁ ଫେରାଇବାକୁ ପଡ଼ିଥିଲା । ଇଲେକ୍ଟ୍ରିକାଲ୍ କ୍ରେମେଟୋରିୟମ୍ ବିକାଶର ନିର୍ଦ୍ଦେଶକ କହିଛନ୍ତି ଯେ ଏକ ଶବ କାମ ପାଇଁ ଅତି କମରେ ଦୁଇ ଘଣ୍ଟା ସମୟ ଲାଗିଥାଏ । ସେ କହିଛନ୍ତି ଯେ ଶବଦାହ ଗୃହରେ ଗୋଟିଏ ସେଡ୍ ଥିବାରୁ ପରିବାରକୁ ସେମାନଙ୍କ ପାଳି ପଡ଼ିବାକୁ ଅପେକ୍ଷା କରିବାକୁ ପଡ଼ିଥିଲା ।

ସୂଚନାଥାଉ ଯେ ଜିଲ୍ଲାର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୯,୩୭୫ ରେ ପହଞ୍ଚିଥିଲାବେଳେ ୧୦୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ, କରୋନାର ପଜିଟିଭ ମାମଲା ୧,୭୨୩ ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *