ଏହି ମହିଳା ଜଣକ ୧୦ ବର୍ଷରେ ୧୦ଟି ସନ୍ତାନ ଜନ୍ମ ଦେଇଛନ୍ତି : ୧୨ତମ ସନ୍ତାନ ଜନ୍ମ ନଦେବା ଯାଏଁ ଅଟକିବେ ନାହିଁ !

ସାଧାରଣତଃ ଦମ୍ପତିମାନଙ୍କୁ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜନ୍ମ କରି ସେମାନଙ୍କ ଲାଳନପାଳନ କରିବା କାଠିକର ପାଠ ମନେ ହୁଏ । କିନ୍ତୁ ଜଣେ ମହିଳା ଅଛନ୍ତି ଯାହାର ୧୦ ଜଣ ପିଲା ଅଛନ୍ତି ଆଉ ସେ ଏବେ ବି ଆଉ ଦୁଇ ସନ୍ତାନ ଚାହୁଁଛନ୍ତି । ଏହି ମହିଳାଙ୍କ ନାମ ହେଉଛି କୋର୍ଟନି ରୋଜର୍ସ । ଦଶ ବର୍ଷ ମଧ୍ୟରେ ତାଙ୍କର ଦଶଟି ସନ୍ତାନ ହେଲେ ତଥାପି ସେ ଅଟକିବାକୁ ମନ ବଳାଇ ନାହାନ୍ତି ।

କୋର୍ଟନି ଏବଂ ତାଙ୍କ ସ୍ୱାମୀ କ୍ରିସ୍ ରୋଜର୍ସ ୨୦୦୮ ରେ ବିବାହ କରିଥିଲେ ଏବଂ ୨୦୧୦ ରେ ସେମାନଙ୍କର ପ୍ରଥମ ସନ୍ତାନ ହେଲା । ସେବେଠାରୁ କୋର୍ଟ ୯ ଥର ଗର୍ଭବତୀ ହୋଇସାରିଲେଣି । ୧୦ ବର୍ଷରେ ଭିତରେ ସେ ଗର୍ଭଧାରଣ ନକରି ମାତ୍ର ୯ ମାସ ରହିଛନ୍ତି । ସେ ଖୁବ୍ ସାହସୀ ମହିଳା । ସେ ପୁଣିଥରେ ଗର୍ଭବତୀ ହୋଇଛନ୍ତି ଓ ନଭେମ୍ବର ୧୯ ତାରିଖରେ ତାଙ୍କର ଏକାଦଶ ସନ୍ତାନକୁ ଆଶା କରୁଛନ୍ତି ।

ତେବେ କୋର୍ଟନି ଏବଂ କ୍ରିସ୍ ପରିବାରରେ ୬ ଟା ପୁଅ ଓ ୪ ଟା ଝିଅ ଅଛନ୍ତି । ଆଉ ସବୁଠାରୁ କୌତୁହଳର ବିଷୟ ଏହିକି ଯେ ଘରେ ସମସ୍ତଙ୍କ ନାମ C ରୁ ଆରମ୍ଭ । ପିଲାମାନଙ୍କର ନାମ ହେଉଛି – Clint, Clay, Cade, Callie, Cash, twins Colt and Case, Calena, Caydue ଏବଂ Coralee ।

ପରିବାର ଚଳାଇବା ଏତେ ସହଜ କାମ ନୁହେଁ । ପରିବାରକୁ ଖର୍ଚ୍ଚ କାଟିବା, ସମସ୍ତଙ୍କ ଖାଦ୍ୟ ଏବଂ ଅନାବଶ୍ୟକ କ୍ରୟ ବନ୍ଦ କରିବା ପାଇଁ କାର୍ଯ୍ୟ କରିବାକୁ ପଡିବ । କୋର୍ଟନି କହିଛନ୍ତି ଯେ ଆମେ ୧୨ ଟା ପିଲା ଚାହୁଁଛୁ । ମୋ ସ୍ଵାମୀଙ୍କର ବି ୧୦ ଜଣ ଭାଇଭଉଣୀ । ସେ ବିବାହ ପୂର୍ବରୁ ଥଟ୍ଟା କରିଥିଲେ ଯେ ସେ ବି ତାଙ୍କ ମା’ଙ୍କ ପରି ୧୨ ଟା ସନ୍ତାନ କରିବେ ।

Leave a Reply

Your email address will not be published. Required fields are marked *