ଯେତେବେଳେ ମଳଦ୍ୱାର କିମ୍ବା ଆନାଲ୍ କେନାଲରେ କୌଣସି ପ୍ରକାରର କଟା କିମ୍ବା ଫାଟ ସୃଷ୍ଟି ହୁଏ, ଏହାକୁ ଫିସର୍ ବା ଆନାଲ୍ ଫିସର୍ କୁହାଯାଏ। କଠିନ ଝାଡା ହେବା ଦ୍ଵାରା ଫିସର୍ ହୁଏ । ଫିସର୍ ହେଲେ ସାଧାରଣତଃ ମଳ ତ୍ୟାଗ କରିବା ସମୟରେ କଷ୍ଟ ହୁଏ ଏବଂ ମଳ ରେ ରକ୍ତ ମଧ୍ୟ ପଡିଥାଏ ।
କେତେ ପ୍ରକାରର ଫିସର୍ ହୋଇପାରେ?
ସାଧାରଣତ ଦୁଇ ପ୍ରକାରର ଫିସର୍ ଅଛି :
ତୀବ୍ର (Acute) – ଚର୍ମର ଉପର ପୃଷ୍ଠରେ ଥିବା ଏକ ଛିଦ୍ର କିମ୍ବା ଫାଟକୁ Acute Fissure କୁହାଯାଏ ।
ଦୀର୍ଘକାଳୀନ (Chronic) – ଯଦି ଚର୍ମର ଉପରିଭାଗରେ ଏକ ଛିଦ୍ର କିମ୍ବା ଫାଟ ଭଲ ହୁଏ ନାହିଁ, ତେବେ ସମୟ ସହିତ ଏକ କ୍ରନିକ୍ ଫିସର୍ ବିକଶିତ ହୁଏ ।
ଆନାଲ୍ ଫିସରର ଲକ୍ଷଣଗୁଡ଼ିକ କ’ଣ?
- ମଳ ତ୍ୟାଗ କରିବା ସମୟରେ ଯନ୍ତ୍ରଣା, ବେଳେବେଳେ ପ୍ରବଳ ଯନ୍ତ୍ରଣା ।
- ମଳ ତ୍ୟାଗ କରିବା ପରେ ଯନ୍ତ୍ରଣା ଯାହା ଅନେକ ଘଣ୍ଟା ଧରି ରହିପାରେ ।
- ମଳ ତ୍ୟାଗ କରିବା ପରେ ଷ୍ଟୁଲରେ ଗାଢ଼ ଲାଲ ରଙ୍ଗ ଦେଖାଦେବା ।
- ମଳଦ୍ଵାର ଚାରିପଟେ କୁଣ୍ଡେଇ ହେବା ।
- ମଳଦ୍ୱାରର ଚାରିପଟ ଚର୍ମରେ ଏକ ଫାଟ ହେବା ।
ଆନାଲ୍ ଫିସରର କାରଣ :
- ଫିସରର ସାଧାରଣ କାରଣ ହେଉଛି ମଳଦ୍ୱାର ଏବଂ ଆନାଲ୍ କେନାଲର ଚର୍ମ ରେ କ୍ଷତ ହେବା । ଅଧିକାଂଶ କ୍ଷେତ୍ରରେ ଏହା କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ସହିତ ହୋଇଥାଏ। । ବିଶେଷକରି ଯେତେବେଳେ କଠିନ ଏବଂ ବଡ଼ ଆକାରର ଷ୍ଟୁଲ ମଳଦ୍ୱାର ଦେଇ ବାହାରେ, ଏହା ମଳଦ୍ୱାର ଏବଂ ଆନାଲ୍ କେନାଲର ଆବରଣକୁ କ୍ଷତି ପହଞ୍ଚାଏ ।
- ଲଗାଦାର ଡାଇରିଆ ହେବା ।
- ଦୀର୍ଘ ସମୟ ଧରି କୋଷ୍ଠକାଠିନ୍ୟ ।
- ବେଳେବେଳେ ଯୌନ ସଂକ୍ରମଣ (STI) ଯେପରିକି ସିଫିଲିସ୍ କିମ୍ବା ହର୍ପସ୍, ମଳଦ୍ୱାର ଏବଂ ଆନାଲ୍ କେନାଲକୁ ସଂକ୍ରମିତ କରି ନଷ୍ଟ କରିପାରେ ।
ଫିସରକୁ କିପରି ରୋକାଯାଇପାରିବ?
- କୋଷ୍ଠକାଠିନ୍ୟକୁ ରୋକିବା ଦ୍ୱାରା ଆପଣ ଆନାଲ୍ ଫିସର୍ ହେବାର ଆଶଙ୍କା ହ୍ରାସ କରିପାରିବେ । ଯଦି ଆପଣଙ୍କର ପୂର୍ବରୁ ଫିସର୍ ସମସ୍ୟା ଦେଖା ଦେଇଛି, ତେବେ କୋଷ୍ଠକାଠିନ୍ୟକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
- ଏକ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଯେଉଁଥିରେ ଭଲ ପରିମାଣର ଫାଇବର, ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ ।
- ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଅନ୍ତୁ ।
- ନିୟମିତ ବ୍ୟାୟାମ ଜାରି ରଖନ୍ତୁ ।
- ମଦ୍ୟପାନ ଏବଂ କ୍ୟାଫିନଯୁକ୍ତ ପଦାର୍ଥ (ଚା ଏବଂ କଫି) ପିଅନ୍ତୁ ନାହିଁ ।