ଏନିମିଆ (ରକ୍ତହୀନତା) କ’ଣ?
ଏନିମିଆ ଏକ ବ୍ୟାଧି ଅଟେ । ରକ୍ତ ଅଭାବ କିମ୍ବା ବ୍ୟକ୍ତିଙ୍କ ଶରୀରରେ ହେମୋଗ୍ଲୋବିନର ଅଭାବ ହେତୁ ଏହା ଘଟିଥାଏ । ଯେଉଁଥିପାଇଁ ଶରୀରରେ ଅମ୍ଳଜାନର ଅଭାବ ରହିଥାଏ ଏବଂ ବ୍ୟକ୍ତି ଦୁର୍ବଳ ହୋଇଯାଏ । ମହିଳା, ଶିଶୁ ଙ୍କଠାରେ ଏବଂ ଅଧିକ ଦିନ ଧରି ରୋଗରେ ପୀଡିତ ଲୋକମାନଙ୍କଠାରେ ସହଜରେ ଏହି ରୋଗ ହୋଇଥାଏ ।
ଏନିମିଆ (ରକ୍ତହୀନତା) ର କାରଣ କ’ଣ?
ଏନିମିଆ (ରକ୍ତହୀନତା) ଅନେକ କାରଣରୁ ହୋଇପାରେ ।
- ପେଟରେ ଅଲସର କିମ୍ବା ପ୍ରଦାହ ଦ୍ୱାରା ଏନିମିଆ ହୋଇପାରେ ।
- ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ମହିଳାମାନେ ରକ୍ତହୀନତାର ଶିକାର ହୁଅନ୍ତି।
- ଶରୀରରେ ଭିଟାମିନ୍ ଅଭାବ ହେତୁ ଅଧ୍ୟ ଏନିମିଆ ହୋଇପାରେ ।
- ଶରୀରରେ ଅଧିକ ମାତ୍ରାରେ ଲୌହ ର ଅଭାବ ହେତୁ ଏନିମିଆ ହୁଏ ।
- କିଡନୀ ରୋଗରେ ପୀଡିତ ବ୍ୟକ୍ତିଙ୍କର ଏନିମିଆ ହୋଇପାରେ ।
- ଲମ୍ବା ସମୟ ଧରି ରକ୍ତହୀନତା, ମଧୁମେହ, ଲୁପସ୍, ଅନ୍ୟ ସଂକ୍ରମଣ ଭଳି ରୋଗ ରେ ପୀଡିତ ରହିବା ଦ୍ୱାରା ମଧ୍ୟ ଏନିମିଆ ହୋଇଥାଏ ।
- ବୃଦ୍ଧାବସ୍ଥା ହେତୁ ଶରୀରରେ ରକ୍ତହୀନତା ହୋଇଥାଏ ।
- ଏନିମିଆ (ରକ୍ତହୀନତା) ର ଲକ୍ଷଣଗୁଡ଼ିକ କ’ଣ?
ଏନିମିଆ (ରକ୍ତହୀନତା)ର ସମସ୍ତ ଲକ୍ଷଣ ଗୋଟିଏ ବ୍ୟକ୍ତିଙ୍କଠାରେ ଦେଖାଯାଏ ନାହିଁ ।
- ଅଧିକ କ୍ଳାନ୍ତ ଅନୁଭବ କରିବା ।
- ଚର୍ମର ରଙ୍ଗ ହଳଦିଆ ହେବା ।
- ଦୁର୍ବଳ ଅନୁଭବ କରିବା ।
- ମୁଣ୍ଡବିନ୍ଧା ହେବା ।
- ମୁଣ୍ଡ ବୁଲାଇବା ।
- ହାତ ଏବଂ ପାଦ ଥଣ୍ଡା ପଡିଯିବା ।
- ଛାତି ଯନ୍ତ୍ରଣା ।
- ନିଶ୍ୱାସ ନେବାରେ ଅସୁବିଧା ହେବା ।
- ହୃଦୟ ର କାର୍ଯ୍ୟ ସଠିକ ଭାବେ ନ ହେବା ।
ଏନିମିଆ (ରକ୍ତହୀନତା) କ’ଣ ଖାଇବା ଉଚିତ୍ ଏବଂ କ’ଣ ଏଡାଇବା ଉଚିତ୍?
ରକ୍ତହୀନତା ରେ, ପାଳଙ୍ଗ, ସୋୟାବିନ୍, ବିଟ, ଲାଲ୍ ମାଂସ, ଭୁଇଁଚନା, ଟମାଟୋ, ଅଣ୍ଡା, ଡାଳିମ୍ବ, ଶସ୍ୟ ରୁଟି ଏବଂ ଶୁଖିଲା ଫଳ, ସାମୁଦ୍ରିକ ଖାଦ୍ୟ, ଆପଲ୍, ଖଜୁରୀ ଇତ୍ୟାଦି ଖାଦ୍ୟରେ ଖାଇ ପାରିବେ ।
ରକ୍ତହୀନତା ରୋଗୀ କଫି, ଗ୍ରୀନ୍ ଟି, ବ୍ଲାକ୍ ଟି ଏବଂ ଅଙ୍ଗୁର, ଗ୍ଲୁଟେନ୍ ଯୁକ୍ତ ଖାଦ୍ୟ, ଦହି, କ୍ଷୀର, ପନିର ଇତ୍ୟାଦି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।