ଶେଷ ଥର ପାଇଁ କଣ କଥା ହୋଇଥିଲେ ବାଇଡେନ୍ ଓ ଘନି… ସାମ୍ନାକୁ ଆସିଲା ଫୋନ କଲ୍ ରେକର୍ଡ…

ସଂସ୍କାର : ଦୀର୍ଘ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନକୁ ହାତେଇଛି ଆତଙ୍କବାଦୀ ସଙ୍ଘଠନ ତାଲିବାନ। ଆଉ ତାଲିବାନଙ୍କ ଭୟରେ ଅନେକ ଆଫଗାନିସ୍ତାନ ବାସିନ୍ଦା ସ୍ବଦେଶ ଛାଡି ଅନ୍ୟଦେଶକୁ ଚାଲିଯାଇଛନ୍ତି। ଯେତେବେଳେ ତାଲିବାନ ସମୂହ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆର କଲେ ସେହି ସମୟରେ ଆଫଗାନର ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ୟୁଏଇ ଚାଲିଯାଇଛନ୍ତି। ତେବେ ଦେଶ ଛାଡିବା ପୂର୍ବରୁ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦୀର୍ଘ ୧୪ ମିନିଟ୍ ଧରି ଫୋନ କଲ୍ ରେ କଥା ହୋଇଥିଲେ।

ତେବେ କଣ ହୋଇଥିଲେ ସେ ଦୁହେଁ, କଣ ଥିଲା ସେମାନଙ୍କର ଯୋଜନା । ଯାହା ବର୍ତ୍ତମାନ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି। ଜାତୀୟ ଗଣମାଧ୍ୟମ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅଶରଫ ଘନିଙ୍କ ମଧ୍ୟରେ ୨୩ ଜୁଲାଇରେ ଫୋନ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

ଏହି ଦୁଇ ନେତାଙ୍କ ମଧ୍ୟରେ ୧୪ ମିନିଟ୍ ପାଇଁ ଫୋନରେ ସାମରିକ ସହାୟତା, ତାଲିବାନକୁ ଉଚିତ ଶିକ୍ଷା ଦେବା ପାଇଁ ରାଜନୈତିକ ରଣନୀତି ଉପରେ ଆଲୋଚନା ହୋଇଥିଲା। କେବଳ ସେତିକି ନୁହେଁ ଅନେକ ରଣକୌଶଳ ଉପରେ ଆଲୋଚନା କରିଥିଲେ। ତେବେ ଏହି ଫୋନ୍ କଲର ପ୍ରାୟ ଦୁଇ ସପ୍ତାହ ପରେ ଘନି କାବୁଲ ଛାଡିଥିଲେ । କିନ୍ତୁ ବାଇଡେନ ଏବଂ ଘନି ଆଶା କରିନଥିଲେ ଯେ ତାଲିବାନ ଏତେ ଶୀଘ୍ର କାବୁଲକୁ ଦଖଲ କରିନେବ।

୧୫ ଅଗଷ୍ଟରେ ତାଲିବାନ କାବୁଲର ରାଷ୍ଟ୍ରପତି ଭବନକୁ କାବୁ କରିଥିଲା ।​​ ଏହାର ମାତ୍ର ୧୫ ଦିନ ପରେ, ଆମେରିକା ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଛାଡି ଚାଲିଯାଇଥିଲା । ଯାହାସହ ୨୦ ବର୍ଷର ଯୁଦ୍ଧ ବି ସମାପ୍ତ ହୋଇଛି । ରଏଟର୍ସ ଅନୁଯାୟୀ, ଜୋ ବାଇଡେନ ଅଶରଫ ଘନିଙ୍କୁ କହିଥିଲେ ଯେ ତାଲିବାନକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କଲେ ହିଁ ସେ ସାମରିକ ସହାୟତା ପ୍ରଦାନ କରିବେ ।

ବିଡେନ ଆହୁରି କହିଥିଲେ ଯେ ଆମ ପକ୍ଷରୁ ଏୟାର ସହାୟତା ଜାରି ରହିବ । କିନ୍ତୁ ପରବର୍ତ୍ତୀ ଯୋଜନା କ’ଣ ତାହା ଆମେ ଜାଣିବା ଉଚିତ୍ । ଏହି ଫୋନ୍ କଲ୍ ର କିଛି ଦିନ ପୂର୍ବରୁ, ଆମେରିକାରେ ଆଫଗାନିସ୍ତାନ ସେନାକୁ ସମର୍ଥନ କରି ତାଲିବାନ ବିରୋଧରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଆମେରିକାର ରାଷ୍ଟ୍ରପତି ଚାହୁଁଥିଲେ ଯେ ଘନି ଦ୍ୱାରା ଜେନେରାଲ ବିସ୍ମିଲ୍ଲା ଖାନଙ୍କୁ ତାଲିବାନ ବିରୁଦ୍ଧରେ ଲଢିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଉ । କାରଣ ସେତେବେଳେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ।

ଆଫଗାନିସ୍ତାନ ଏହାର ଯୋଜନା ପ୍ରସ୍ତୁତ କରିବା ଉଚିତ । ବିସ୍ମିଲ୍ଲା ଖାନଙ୍କୁ କମାଣ୍ଡ ଦିଆଗଲେ ଆମେରିକା ସାହାଯ୍ୟ କରିବ । ଜୋ ବିଡେନ ନିଶ୍ଚିତ କରିଥିଲେ କି ଆମେରିକା ଯେଉଁ ୩ ଲକ୍ଷ ଆଫଗାନ ସେନା ପ୍ରସ୍ତୁତ କରିଛି, ତାହା ୭୦ରୁ ୮୦ ହଜାର ତାଲିବାନକୁ କାଉଣ୍ଟର କରିପାରିବ ଏରେ ସନ୍ଦେହ ନାହିଁ । ତେବେ ଏହି ବାର୍ତ୍ତାଳାପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଫଗାନିସ୍ତାନ ସରକାରଙ୍କ ମନୋଭାବ କଣ ରହିଛି ।

ଜୋ ବାଇଡେନଙ୍କ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ତାଲିବାନ ବିରୋଧରେ ଘନି ସରକାର ସିରିୟସ ନାହାଁନ୍ତି । ଫଳରେ ବିଶ୍ୱକୁ ଏହାର ବାର୍ତ୍ତା ଖରାପ ଯାଉଛି । ଏଥିପାଇଁ ଆମେରିକା ପରାମର୍ଶ ଦେଇଥିଲା କି ଆଫଗାନିସ୍ତାନ ରାଜନୀତିକ ଲିଡରସିପକୁ ନେଇ ଏକାଠି ହୋଇ ପ୍ରେସ ବାର୍ତ୍ତା ଦିଅନ୍ତୁ । ତାଲିବାନୀ ବିରୋଧରେ ରଣନୀତି ଘୋଷଣା କରିବା ଦରକାର କାରଣ କେତେବେଳେ ବି କିଛି ପରିବର୍ତ୍ତନ ହୋଇପାରେ । ରଏଟର୍ସ ଦାବି କରିଥିବା ବାର୍ତ୍ତାଳାପକୁ ଦେଖିଲେ ଲାଗୁଛି ଯେ ଆଫଗାନିସ୍ତାନ ସେନାକୁ ସାହାଯ୍ୟ କରିବାକୁ ଆମେରିକା ରାଷ୍ଟ୍ରପତି ଯଥାସମ୍ଭବ ଚେଷ୍ଟା କରିଥିଲା ।

କିନ୍ତୁ ଘନି ସରକାରଙ୍କ ଅବେହେଳା ଯୋଗୁଁ ଆଫଗାନିସ୍ତାନ ଆଜି ତାଲିବାନ ଭୟରେ ଥରହର ହୋଇ କାନ୍ଦୁଛି। ଅନେକ ଲୋକ ଦେଶ ଛାଡି ଚାଲିଯାଇଛନ୍ତି ଏବଂ ଅନେକ ଲୋକ ବର୍ତ୍ତମାନ ବି ଆଫଗାନିସ୍ତାନରେ ତାଲିବାନଙ୍କ ଠାରୁ ଲୁଚିଛପି ଜୀବନ ବିତାଉଛନ୍ତି।

Leave a Reply

Your email address will not be published. Required fields are marked *