ସଂସ୍କାର : ଆମ ଆଦମୀ ପାର୍ଟି ସ୍ବିସ ବ୍ୟାଙ୍କରେ ଥିବା କଳାଧନ ଭାରତ ଆଣିବ। ନିଜେ ଘୋଷଣା କଲେ AAP ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ। ଡିସେମ୍ବର ମାସରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
କେଜ୍ରିୱାଲ କହିଛନ୍ତି ଯେ ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଶାସନ ସମୟରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଟଙ୍କାକୁ ‘ସ୍ୱିସ୍ ବ୍ୟାଙ୍କ’ରେ ରଖିଛନ୍ତି, ଯାହାକୁ ଆମ ଆଦମୀ ପାର୍ଟୀ (ଆପ୍) କ୍ଷମତାକୁ ଆସିଲେ ରାଜ୍ୟକୁ ଫେରାଇ ଆଣିବ।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପ୍ କ୍ଷମତାକୁ ଆସିଲେ ଦିଲ୍ଲୀ ଭଳି ଗୁଜରାଟରେ ୨୦,୦୦୦ ମୋହଲା କ୍ଲିନିକ୍, ରାଜ୍ୟର ପ୍ରତ୍ୟେକ ଗ୍ରାମରେ ସରକାରୀ ବିଦ୍ୟାଳୟ ତିଆରି ହେବ। ଏହା ବ୍ୟତୀତ, ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।