BJP ସହିତ ଏମିତି କାହିଁକି କଲେ ଉଦ୍ଧବ, ତାଙ୍କୁ ଉଚିତ ଶିକ୍ଷା ମିଳିବା ଦରକାର : ଅମିତ ଶାହା

ସଂସ୍କାର : ମହାରାଷ୍ଟ୍ରର ଆସି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହ। ଉଦ୍ଧବ ବିଜେପି ସହ ବିଶ୍ୱାସ ଘାତକତା କରିଛନ୍ତି ବୋଲି କହିଛନ୍ତି ଦେଶର ହୋମ ମିନିଷ୍ଟର୍ ଅମିତ ଶାହା। ରାଜନୀତିରେ ସବୁ ସହ୍ୟ ହେବ ହେଲେ ବିଶ୍ୱାସଘାତକତା ସହି ହେବନାହିଁ ବୋଲି ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ରର ଏଭଳି ସ୍ଥିତି ଓ ଦଳର ବିଭାଜନ ପାଇଁ ଉଦ୍ଧବ ଠାକରେ ଦାୟୀ ବୋଲି କହିଛନ୍ତି ଅମିତ ଶାହା।

ଏହା କେବଳ ବିଜେପି ସହ ନୁହେଁ ନିଜ ଆଦର୍ଶ ସହ ମଧ୍ୟ ଉଦ୍ଧବ ବିଶ୍ୱାସ ଘାତକତା କରିଛନ୍ତି । ମହାରାଷ୍ଟ୍ର ଲୋକଙ୍କୁ ମଧ୍ୟ ସେ ଅପମାନ କରିଛନ୍ତି । କ୍ଷମତାର ଲୋଭ ଦେଖାଇ ନିଜ ଦଳକୁ ନିଜେ ଭାଙ୍ଗିଛନ୍ତି ଉଦ୍ଧବ। ଯେଉଁମାନେ ରାଜନୀତିରେ ପ୍ରତାରଣା କରନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ଅମିତ ଶାହ । ଅମିତ ଶାହ ମଧ୍ୟ କହିଥିଲେ ଆମେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର କରିନାହୁଁ ।

ଆମେ ସବୁବେଳେ ଶୁନ୍ୟ ରାଜନୀତି ପସନ୍ଦ କରୁ , ବନ୍ଦ ରାଜନୀତି ନୁହେଁ । ଭବିଷ୍ୟତରେ ମୁମ୍ବାଇରେ ମ୍ୟୁନିସିପାଲଟି ନିର୍ବାଚନ ଥିବାରୁ ରଣନୀତି ପ୍ରସ୍ତୁତ ପାଇଁ ଅମିତ ଶାହା ବାରମ୍ବାର ମହାରାଷ୍ଟ୍ର ଗସ୍ତରେ ଯାଉଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *