ସଂସ୍କାର: ସବୁବେଳେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖୁଥିବା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସରକାରୀ ବଙ୍ଗଳାକୁ ହଠାତ ଖାଲି କରାଯାଉଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ସନ୍ଧ୍ୟାରେ ବଙ୍ଗଳା ଭିତରେ ପାର୍କିଂ ହେଉଥିବା କିଛି ଆସବାବପତ୍ର ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଟ୍ରକରେ ଲୋଡ଼ ହେଉଥିବା ଦେଖିବାକୁ ମିଳିଥିଲା ।
ଏଥିପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଥିବା ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଏକ ଅଧିକାରୀଙ୍କ ଦଳ ପଠାଯାଇଥିଲା । ତେବେ ମିଳିଥିବା ସୂଚନାନୁଯାୟୀ ଗତ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ସମ୍ପଦା ନିର୍ଦ୍ଦେଶାଳୟ ପକ୍ଷରୁ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏହି ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳବାର ସାଂସଦ ଚିରାଗ ପାସୱାନଙ୍କ ପରେ ସରକାର ମଙ୍ଗଳବାର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁଜାତୀୟ ରାଜଧାନୀ ଦିଲ୍ଲୀର ଏକ ବଙ୍ଗଳାରୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଏହା ପୂର୍ବରୁ ଲୋକଜନ ଶକ୍ତି ପାର୍ଟି ଅଧ୍ୟକ୍ଷ ତଥା ସାଂସଦ ଚିରାଗ ପାଶୱାନଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା ।