ସୁଇମିଂ ପୁଲରେ ଅନ୍ୟ ଜଣେ ମହିଳା ସହ କଥା ହେଉଥିଲେ ସ୍ୱାମୀ : ପତ୍ନୀ ଏମିତି କଲେ ଯାହା ସବୁଦିନ ପାଇଁ ମନେରହିବ, ଦେଖନ୍ତୁ ଭିଡ଼ିଓ

WIFE PULLING HAIR OF STRENGER WOMAN

ଇଣ୍ଟରନେଟ୍ ଦୁନିଆରେ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡ଼ିଓ ରହିଛି । କିଛି ଭିଡ଼ିଓ ତ ଏମିତି ଅଛି ଯାହା ସବୁକିଛି ବଦଳାଇ ଦେଇଥାଏ । ତେବେ ଦମ୍ପତିଙ୍କ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଯେକେହି ଆଶ୍ଚର୍ଯ୍ୟ ହେବ । କାରଣ ଏଥିରେ ଯାହା ଦେଖାଯାଏ, ତାହା ଆଦୌ ସତ ହିଁ ନୁହେଁ …

ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟରରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ଦେଖିବାକୁ ମିଳେ ଯେ ଜଣେ ପୁରୁଷ ସୁଇମିଂ ପୁଲରେ ଗୋଟିଏ ଯୁବତୀ ସହିତ କଥା ହେଉଛନ୍ତି । ତା’ପରେ ହଠାତ୍ ତାଙ୍କ ପତ୍ନୀ ରାଗି ପଞ୍ଚମ ହେଇ ଉକ୍ତ ଯୁବତୀଙ୍କ ଚୁଟି ଟାଣି ପାଣିରେ ବାରମ୍ବାର ବୁଡାଇଲେ । ହେଲେ ଏହାପରେ ଏପରି କିଛି ଘଟିଗଲା ଯାହା ଦେଖି ରାଗିଥିବା ତାଙ୍କ ପତ୍ନୀ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଘଟଣାଟି ଥିଲା ଏମିତି । ସୁଇମିଂ ପୁଲରେ ମହିଳା ଜଣକ ଦେଖିଲେ ଯେ ତାଙ୍କ ସ୍ୱାମୀ ଜଣେ ଅଜଣା ଯୁବତୀ ସହିତ କଥା ହେଉଥିଲେ । ଏହା ଦେଖି ସେ ଉତ୍ତେଜିତ ହୋଇ ଯାଇଥିଲେ । ପଛରୁ ଲମ୍ବା କେଶ ଦେଖି ପତ୍ନୀ ଅନୁଭବ କଲେ ଯେ ତାଙ୍କ ସ୍ୱାମୀ ଜଣେ ଯୁବତୀଙ୍କ ସହ କଥା ହେଉଛନ୍ତି । ଫଳରେ ମହିଳା ଜଣକ କ୍ରୋଧରେ ଅଜଣା ବ୍ୟକ୍ତିଙ୍କ ଚୁଟିକୁ ପଛରୁ ଟାଣି ପାଣିରେ ବୁଡାଇଲେ । ହେଲେ ଆଶ୍ଚର୍ଯ୍ୟର କଥା ଯେ ପାଣିରୁ ଉଠିଲା ବେଳକୁ ବ୍ୟକ୍ତି ଜଣକ ଯୁବତୀ ନୁହେଁ ବରଂ ଜଣେ ଯୁବକ ଥିଲେ । ପତ୍ନୀକୁ ଆଶ୍ଚର୍ଯ୍ୟ ହେବା ଦେଖି ସ୍ୱାମୀ ଜୋରରେ ହସିବାକୁ ଲାଗିଲେ ଏବଂ ପତ୍ନୀ ମଧ୍ୟ ହସିଥିଲେ ।

ଏହି ଭିଡ଼ିଓ ଶେୟାର କରିବାବେଳେ ଅଧିକାରୀ ଏକ ମଜାଦାର କ୍ୟାପସନ୍ ଲେଖିଥିଲେ, ‘ପ୍ରେମ ଏବଂ ଈର୍ଷା । ଦେଖାଯାଉଛି ପ୍ରତାରଣାକାରୀ ।’ ସୋସିଆଲ ମିଡ଼ିଆରେ ଏହି ମଜାଳିଆ ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ପତ୍ନୀମାନେ ଈର୍ଷା କରିବାର ଅଭ୍ୟାସରୁ କେବେ ବି ବଞ୍ଚିତ ହୋଇପାରିବେ ନାହିଁ । ତେଣୁ ବେଳେବେଳେ ଲମ୍ବା କେଶ ମଧ୍ୟ ସାଂଘାତିକ ହୋଇପାରେ ।

Leave a Reply

Your email address will not be published. Required fields are marked *