କରୋନା ଟିକାକୁ ନେଇ ବଡ଼ ନିଷ୍ପତ୍ତି : ଏପରି କହିଲେ ଭାରତ ବାୟୋଟେକର ଅଧ୍ୟକ୍ଷ .. ପଢନ୍ତୁ ପୁରା ରିପୋର୍ଟ

ଗୋଟିଏ ପଟେ ଦେଶରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏମିତିକି ଗତ ୭ ଦିନ ଭିତରେ ଆମେରିକା ଏବଂ ବ୍ରାଜିଲ ତୁଳନାରେ ଭାରତରେ କରୋନା ମାମଲା ଅଧିକ । ଗତକାଲି ଅର୍ଥାତ୍ ମଙ୍ଗଳବାର ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୨,୬୮୦୦୦ କୁ ଟପି ଯାଇଛି ।

ଅନ୍ୟପକ୍ଷରେ କରୋନା ଟିକା ପରୀକ୍ଷଣ କରୁଥିବା ଭାରତ ବାୟୋଟେକ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଇଲାଙ୍କ କହିବାନୁଯାୟୀ କରୋନା ଟିକା ବଜାରକୁ ଛାଡ଼ିବା ନେଇ କମ୍ପାନୀ ଆଦୌ ତରବର ନୁହେଁ । ଟିକାର ଗୁଣବତ୍ତା ଓ ନିରାପତ୍ତା ହିଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

ଏହାସହିତ ବିଜନେସ ଷ୍ଟାଣ୍ଡାର୍ଡକୁ ଏକ ସାକ୍ଷାତକାର ଦେବା ପରିପ୍ରେକ୍ଷୀରେ ଡ. କ୍ରିଷ୍ଣା କହିଛନ୍ତି ଯେ ଭାରତରେ ଦ୍ରୁତ ଗତିରେ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ଦେଖି ଯଥାଶୀଘ୍ର ଟିକା ପ୍ରସ୍ତୁତ କରିବାକୁ କମ୍ପାନି ଲାଗିପଡ଼ିଛି ସତ ହେଲେ ତରବରିଆ ଟିକା ଉପଲବ୍ଧ କରାଇ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଇପାରିବ ନାହିଁ କମ୍ପାନୀ ।

ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ ICMR  ସହିତ ମିଳିତ ସହଯୋଗରେ ଏହି କରୋନା ଟିକା ପ୍ରସ୍ତୁତ କରୁଛି । ବର୍ତ୍ତମାନ ଟିକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପରୀକ୍ଷଣ ପାଇଁ ICMR ତରଫରୁ ୧୨ ଗୋଟି ପ୍ରତିଷ୍ଠାନକୁ ଚୟନ କରାଯାଇ ଥିବାବେଳେ ଆମ ରାଜ୍ୟ ଓଡ଼ିଶାର SUM ହସ୍ପିଟାଲ ବି ଅନ୍ତର୍ଭୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *