ସଂସ୍କାର : ଅପରାଜିତା ଷଡ଼ଙ୍ଗୀ ଯେତେବେଳେ ନିଜର ଚାକିରୀ ଜୀବନ ଛାଡି ରାଜନୀତିରେ ଯୋଗ ଦେଲେ ସେହି ସମୟରେ ରାଜନୈତିକ ମହଲରେ ବହୁ ତର୍କବିତର୍କ ହୋଇଥିଲା। ଏମିତିକି ରାଜ୍ୟବିଜେପିର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବଦଳରେ ଲୋକେ ଅପରଜିତାଙ୍କୁ ଲିଡର ବୋଲି ଭାବିନେଲେ। ରାଜ୍ୟ ବିଜେପିର ମୁଖ୍ୟଲୋକ ଅପରଜିତା ବୋଲି ସାଧାରଣରେ ଆଲୋଚନା ହେଲା।
ଏପରିକି ଇଲେକ୍ସନ ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅପରଜିତାଙ୍କୁ ବିଜେପି ପକ୍ଷରୁ ଲଢ଼ୁଥିବାର ଦେଖିବାକୁ ଚାହୁଁଥିଲେ ଅନେକ ସାଧରଣ ଲୋକ। ସବୁଆଡେ ଧମାକାଦାର ପ୍ରଚାର କରି ବୋଧହୁଏ ଅପରାଜିତା ବି ଏହି ସଂକେତ ଦେଲେ ଯେ ଦଳର ସେ ହିଁ ଏକ ନୂଆ ଚର୍ଚିତ ଚେହେରା ଯିଏ କି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହିତ ବରାବର ହୋଇ ପାରିବେ।

ତେବେ ଯଦି ଆମେ ନିକଟରେ ହୋଇଥିବା ପଂଚାୟତ ନିର୍ବାଚନ ଆଉ ପୌର ନିର୍ବାଚନକୁ ଦେଖିବା ତେବେ ଏହି ଦୁଇ ନିର୍ବାଚନରେ ଅପରଜିତାଙ୍କର ପ୍ରଚାର ବିଜେଡି ଉପରେ କିଛି ବି ପ୍ରଭାବ ପକାଇ ପାରିନି। ଉଭୟ ନିର୍ବାଚନରେ ବିଜେଡି ବିଜେପିକୁ ମାତ ଦେବାରେ ସଫଳ ହୋଇଛି। ଗୋଟିଏ ପଟେ ପୌର ନିର୍ବାଚନରେ ମେୟର ପ୍ରାଥୀ ଭାବେ ଅଜଣା ଲୋକମାନଙ୍କୁ ଲୋକଙ୍କ ନିକଟକୁ ଆଣିଥିଲେ ଅପରାଜିତା। ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ମହଙ୍ଗା ସାବ୍ୟସ୍ତ ହୋଇଛି।
ଆଉ ପୌର ନିର୍ବାଚନରେ ସମ୍ପୂର୍ଣ୍ଣ ହାରର ସାମ୍ନା କରିବାକୁ ପଡିଛି ବିଜେପିକୁ। ତେବେ ଅତୀତରେ ଏକ ପ୍ରେସ ମିଟ ମାଧ୍ୟମରେ ଧର୍ମେନ୍ଦ୍ର ଙ୍କୁ ତାଙ୍କ ପ୍ରେରଣା ବୋଲି କହିଥିଲେ ନିଜେ ଅପରଜିତା। କିନ୍ତୁ ନିର୍ବାଚନ ହାରିବାର କିଛି ସମୟ ପରେ ସିଧାସଳଖ ଅପରାଜିତା ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଦୁର୍ବଳ ନେତୃତ୍ୱ ପାଇଁ ଦଳ ହାରିବାର କାରଣ ବୋଲି ଅପରାଜିତା ସିଧାସଳଖ କହିଥିଲେ। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହୋଇଛି।