ଶୁଣାଯାଏ ବିବାହ ଯୋଡ଼ି ସ୍ଵର୍ଗରେ ତିଆରି ହୋଇଥାଏ, ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ । ତେବେ ଏମିତି ଅଦ୍ଭୁତ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ନିଜ ଶ୍ୱଶୁରଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ବୟସ ବ୍ୟବଧାନ ପ୍ରାୟ ୩୦ ବର୍ଷ ରହିଥିଲା ବେଳେ ଏହା ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରେ ନାହିଁ ବୋଲି ସେମାନେ କହିଛନ୍ତି । ଆଜି ଉଭୟ ନିଜ ସମ୍ପର୍କକୁ ନେଇ ବହୁତ ଖୁସିରେ ଅଛନ୍ତି ଏବଂ ଉଭୟ ଏକ ସନ୍ତାନର ବାପମା’ ହୋଇସାରିଛନ୍ତି ବୋଲି ସୂଚନା ମିଳିଛି ।
ମିଳିଥିବା ଖବର ଅନୁସାରେ ମହିଳା ଏରିକା କ୍ୱିଗାଲ୍ (୩୧) ନିଜଠାରୁ ୨୯ ବର୍ଷ ବଡ଼ ଜେଫ୍ (୬୦) ଙ୍କ ସହିତ ବିବାହ କରିଥିଲେ । ଏରିକାଙ୍କ କହିବାନୁସାରେ ସେ ଯେତେବେଳେ ଜେଫଙ୍କୁ ଭେଟିଥିଲେ ସେ ସମୟରେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ଏବଂ ସେ ଜେଫଙ୍କ ସାବତ ଝିଅର ବାନ୍ଧବୀ ଥିଲେ । ଏହି ସମୟରେ ଜେଫଙ୍କ ସାବତ ପୁଅ ଜଷ୍ଟିନଙ୍କୁ ଭେଟିଥିଲେ ଏରିକା ଏବଂ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏରିକା କହିଛନ୍ତି ଯେ ସେ ପର୍ଯ୍ୟନ୍ତ ସେ ଜେଫଙ୍କ ପ୍ରତି ଥିବା ଭାବନାକୁ ଅନୁଭବ କରିନଥିଲେ ।

ହେଲେ କିଛି ବର୍ଷ ପରେ ସ୍ୱାମୀ ଜଷ୍ଟିନଙ୍କ ସହ ଏରିକାଙ୍କ ସମ୍ପର୍କ ଶେଷ ହୋଇ ଯାଇଥିଲା ଯଦିଓ ଦୁହେଁ ଏକ ସନ୍ତାନର ବାପମା’ ହେଇ ସାରିଥିଲେ । ତେଣୁ ଛାଡ଼ପତ୍ର ନେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ ଏବଂ ଏହାପରେ ଶ୍ୱଶୁର ଜେଫଙ୍କ ସହ ସମୟ ବିତାଇବା ଆରମ୍ଭ କଲେ ଏରିକା । ସେମାନେ ପରସ୍ପର ପ୍ରତି ଥିବା ଅନୁଭବକୁ ଅନୁଭବ କଲେ, ଯାହାକୁ ସେମାନେ ସ୍ୱୀକାର କରିଥିଲେ ଏବଂ ୨୦୧୮ରେ ଶେଷବେଳକୁ ଉଭୟ ବିବାହ ବନ୍ଧନରେ ବାନ୍ଧିହେଲେ ।