ଶାଶୁଙ୍କ ପ୍ରଗାଢ଼ ବିଶ୍ଵାସ : ବୋହୂକୁ ଘରକୁ ଫେରେଇ ଆଣିବାକୁ ନିଜର ଜିଭ କାଟି ଚଢ଼ାଇଲେ ଠାକୁରଙ୍କ ଫଟୋରେ

ବିଶ୍ଵାସ ଓ ଅନ୍ଧବିଶ୍ଵାସକୁ ନେଇ କାହିଁ କେଉଁ କାଳୁ ତର୍କ ବିତର୍କ ଚାଲି ଆସୁଛି । ତେବେ ଝାଡ଼ଖଣ୍ଡର ଜାମଶେଦପୁରରେ ଘଟିଯାଇଛି ବିଶ୍ଵାସର ଏକ ଚରମ ଘରଣା । ବୋହୂ ଘରୁ ପଳାଇବାରୁ ଶାଶୁ ନିଜ ଜିଭ କାଟି ଭଗବାନଙ୍କ ଫଟୋରେ ଚଢ଼ାଇ ଦେଇଛନ୍ତି । ଶାଶୁଙ୍କ ପ୍ରଗାଢ଼ ବିଶ୍ଵାସ ଯେ ଏପରି କଲେ ବୋହୂ ମୋର ଫେରିଆସିବ ।

ସୂଚନା ଅନୁଯାୟୀ ଘଟଣାଟି ଘଟିଛି RIT ଥାନାର NIT କ୍ୟାମ୍ପସରେ । କ୍ୟାମ୍ପସରେ ରହୁଥିବା ଜଣେ ଶାଶୁ ତା’ଙ୍କ ବୋହୂ ଘର ଛାଡ଼ି ଚାଲିଯିବାରୁ ନିଜ ଜିଭ କାଟି ଦେଇଛନ୍ତି ଏବଂ ଘରେ ଥିବା ଶିବ ଠାକୁରଙ୍କ ଫଟୋରେ ଚଢ଼ାଇଛନ୍ତି । ଶ୍ଵଶୁରଙ୍କ କହିବାନୁସାରେ ଗାଁରେ ଯେତେବେଳେ କେହି ଘରଛାଡ଼ି ଚାଲି ଯାଇଥାଏ ସେତେବେଳେ ଯଦି କେହି ଜିଭ କାଟି ଭଗବାନଙ୍କୁ ଚଢ଼ାନ୍ତି ତେବେ ଘରଛାଡ଼ି ଯାଇଥିବା ବ୍ୟକ୍ତି ପୁଣିଥରେ ଘରକୁ ଫେରି ଆସେ ବୋଲି ବିଶ୍ଵାସ ରହିଛି । ଏହି କାରଣରୁ ମୋ ପତ୍ନୀ ଜିଭ କାଟି ଶିବଙ୍କ ଫଟୋରେ ତାହା ଚଢ଼ାଇଛନ୍ତି । ତେବେ ଉକ୍ତ ମହିଳାଙ୍କୁ ତୁରନ୍ତ MGM ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୀଡ଼ିତ ମହିଳାଙ୍କ ସ୍ଵାମୀଙ୍କ କହିବାନୁସାରେ ବୋହୂ ଶୌଚ ପାଇଁ ବାହାରିଥିଲେ ଏବଂ ନିଜ ଦେଢ଼ ବର୍ଷର ଶିଶୁକୁ ନେଇ ଫେରାର ହୋଇ ଯାଇଥିଲେ । ଶୁଣିବାକୁ ମିଳିଲା ଯେ ସେ ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇଯାଇଛନ୍ତି । ହେଲେ ମୋ ପତ୍ନୀ ହାରିନଥିଲେ, ନିଜ ଅତୁଟ ବିଶ୍ଵାସକୁ ବିଶ୍ଵାସ କରି ନିଜ ଜିଭ କାଟି ଶିବ ଠାକୁରଙ୍କୁ ଅର୍ପଣ କରିଥିଲେ ।

ତେବେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି ଏବଂ ସେ ଏବେବି ନିଜ ଅଖଣ୍ଡ ବିଶ୍ଵାସରେ ଅଟଳ ଅଛନ୍ତି  । ସେ ନିଜ ଜିଭ କାଟି ଭଗବାନଙ୍କୁ ଅର୍ପଣ କରିଛନ୍ତି ମାନେ ତାଙ୍କ ବୋହୂ ନିଶ୍ଚୟ ଫେରି ଆସିବ ।

Leave a Reply

Your email address will not be published. Required fields are marked *