ଚମକାଇଦେଲା ବିଶ୍ୱବ୍ୟାଙ୍କ ରିପୋର୍ଟ, ଏହି ରିପୋର୍ଟ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…

ସଂସ୍କାର : ଚଳିତ ବିଶ୍ୱବ୍ୟାଙ୍କ ରିପୋର୍ଟ ସମସ୍ତଙ୍କୁ ଚମକାଇଦେଇଛି । ଏହି ରିପୋର୍ଟ ମୁତାବକ ଭାରତର ଦାରିଦ୍ର‌୍ୟ ୮ ବର୍ଷ ମଧ୍ୟରେ ଅଧାରୁ ଅଧିକ ହ୍ରାସ ପାଇଛି । ସରକାରଙ୍କ ଯୋଜନା ଯୋଗୁଁ ପରିସ୍ଥିତି ବଦଳି ଯାଇଛି ବୋଲି ରିପୋର୍ଟରେ ଦାବି କରାଯାଇଛି ।

ଏହି ରିପୋର୍ଟ ଅନୁଯାୟୀ ୮ ବର୍ଷ ମଧ୍ୟରେ ଭାରତର ଦାରିଦ୍ର‌୍ୟ ୧୨.୩ ପ୍ରତିଶତ ହ୍ରାସ ଘଟିଛି । ୨୦୧୧ରେ ଦାରିଦ୍ର‌୍ୟ ହାର ୨୨.୫ ଥିଲାବେଳେ ୨୦୧୫ରେ ଏହା ୧୯.୧ ପ୍ରତିଶତକୁ ଖସିଥିଲା । ୨୦୧୯ରେ ଅତ୍ୟଧିକ ଦାରିଦ୍ର‌୍ୟ ହାର ୧୦ ପ୍ରତିଶତରେ ରହିଲା । ୨୦୧୧ରୁ ୨୦୧୫ ମଧ୍ୟରେ ଅତି ଦାରିଦ୍ର‌୍ୟ ହାର ୩.୪ ପ୍ରତିଶତ ହ୍ରାସ ପାଇଛି ।

୨୦୧୫ଚୁ ୨୦୧୯ ମଧ୍ୟରେ ଅତି ଦାରିଦ୍ର‌୍ୟ ହାର ୯.୧ ପ୍ରତିଶତ ହ୍ରାସ ପାଇଛି । ୨୦୧୧ଓ ୨୦୧୯କୁ ତୁଳନା କରାଯାଏ, ତେବେ ଏହି ସମୟ ଭାରତରେ ଦାରିଦ୍ର‌୍ୟ ହାର ଅଧାରୁ ଅଧିକ ହ୍ରାସ ପାଇଛି । ଯାହା ୧୨.୩ ପ୍ରତିଶତ ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଦାରିଦ୍ର୍ୟ ହାର ୨୦୧୧ ମସିହାରେ ଏହା ୨୬.୩ ପ୍ରତିଶତ ଥିଲା, ଯାହା ୨୦୧୯ରେ ୧୧.୬ ପ୍ରତିଶତକୁ ଖସି ଆସିଛି। ସହରାଞ୍ଚଳରେ ଏହା ୨୦୧୧ ମସିହାରେ ୧୪.୨ ପ୍ରତିଶତ ଥିଲା, ଯାହା ୨୦୧୯ରେ ୬.୩ ପ୍ରତିଶତକୁ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *