ଏହି ୨୧ ଦିନର ଲକ୍‌ଡାଉନ୍ ୯ ମାସ ପରେ ଅଧିକ ଶିଶୁ ଜନ୍ମ ପାଇଁ ଦାୟୀ ହେବ କି ! ପଢ଼ନ୍ତୁ କ୍ଲିନିକାଲ ନିର୍ଦ୍ଦେଶକ ଡାକ୍ତର କ’ଣ କହିଲେ

ହାର୍ଲି ଥେରାପିର କ୍ଲିନିକାଲ୍ ନିର୍ଦ୍ଦେଶକ ଡାକ୍ତର ଶେରି ଯାକବସନଙ୍କ କହିବାନୁଯାୟୀ ୨୦୨୧ ଜାନୁୟାରୀବେଳକୁ ସାରା ବିଶ୍ୱରେ ଶିଶୁ ଜନ୍ମ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । କରୋନାର ଭୟାବହତା ଓ ସଂକ୍ରମଣକୁ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ଲକ୍‌ଡାଉନ୍‌ ଯୋଗୁ ଏ ସମ୍ଭାବନା ଅଧିକ ହୋଇଯାଇଛି ।

ଯେତେବେଳେ ଲୋକମାନେ ଘରେ ଅଧିକ ସମୟ ବିତାଇବେ ସ୍ଵାଭାବିକ ସେମାନେ ବିରକ୍ତି ପ୍ରକାଶ କରିବେ । ଲକ୍‌ଡାଉନ୍ ହେତୁ ଗର୍ଭନିରୋଧକ ଔଷଧ ତିଆରି କରୁଥିବା କମ୍ପାନୀଗୁଡ଼ିକ ବନ୍ଦ ରହିଛି । ବଜାରରେ ସଞ୍ଚିତ ଥିବା ଔଷଧ ଶେଷ ହୋଇଯାଇଛି । ଅନ୍ୟପକ୍ଷରେ ଦମ୍ପତିମାନେ ଶାରୀରିକ ସମ୍ପର୍କରେ ଆସିବା ଦ୍ୱାରା ସେମାନଙ୍କ ଚାପ ମଧ୍ୟ ହ୍ରାସ ପାଇଥାଏ ।

ଚଳିତ ବର୍ଷ ଶେଷ ଓ ଆସନ୍ତା ବର୍ଷ ଆରମ୍ଭ ସମୟରେ ଶିଶୁ ଜନ୍ମ ହାର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଡାକ୍ତର ଶେରି କହିଛନ୍ତି ଯେ ସେ କେବଳ ବ୍ରିଟେନକୁ ଅଧ୍ୟୟନ କରିଛନ୍ତି । ତଥାପି ଏହି ସମାନ ସମ୍ଭାବନା ଆସନ୍ତା ବର୍ଷ ଆରମ୍ଭବେଳକୁ ବିଶ୍ଵର ସବୁ ଦେଶ ପାଇଁ ଲାଗୁ ହେଇପାରେ ।

ଭାରତରେ ମଧ୍ୟ ସମାନ ଅବସ୍ଥା । ଅନେକ ବିବାହିତ ଦମ୍ପତି ଏବଂ ପ୍ରେମିକ-ପ୍ରେମିକା ଏକାଠି ଅଛନ୍ତି  । ଏହି ଲକଡାଉନ୍ ନବ ବିବାହିତ ଦମ୍ପତିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ କିମ୍ବା ଯେଉଁମାନେ କାର୍ଯ୍ୟ ବ୍ୟସ୍ତତା ହେତୁ ପରସ୍ପରକୁ ସମୟ ଦେଇପାରୁନଥିଲେ ସେମାନଙ୍କ ପାଇଁ ମଧ୍ୟ ଲାଭପ୍ରଦ ।

ମେଡ଼ିକାଲ ଷ୍ଟୋରରୁ କଣ୍ଡୋମ କିଣିବା ସହିତ ଅନଲାଇନ୍ ସାଇଟରୁ ଅର୍ଡର କରିବା ବଢିଯାଇଥିବାର ସୂଚନା ମିଳିଛି । ସମସ୍ୟା ହେଉଛି ବର୍ତ୍ତମାନ ମେଡ଼ିକାଲ ଷ୍ଟୋରରେ କଣ୍ଡୋମର ଅଭାବ ଦେଖାଦେଇଛି  । ଗତ କିଛିଦିନ ଭିତରେ କଣ୍ଡୋମ ବିକ୍ରି ୨୫ରୁ ୫୦ ପ୍ରତିଶତକୁ ବଢିଯାଇଛି ବୋଲି ଏକ ରିପୋର୍ଟ କୁହେ ।

Leave a Reply

Your email address will not be published. Required fields are marked *