ବିଜେପି ନୂଆ ରଣନୀତି ସହିତ ଓଡ଼ିଶା ରେ କରିବାକୁ ଯାଉଛି ଏଣ୍ଟ୍ରି। ତେବେ କଣ ଆଉ ଓଡ଼ିଶାରେ ବିଜେଡି ରହିବ ନାହିଁ। ଜାଣନ୍ତୁ ପୁରା ଖବର…

ବିଜେପିର ନୂଆ ରଣନୀତି । ଏହି ରଣ ନୀତି ସାହାଯ୍ୟରେ ଓଡ଼ିଶାରେ କରିବେ ଏଣ୍ଟ୍ରି । ଏଥର ଆଉ ବିଜେଡିର ନୁହେଁ ବିଜେପିର ଫୁଟିବ ପଦ୍ମ । ବିଜେପିର ଏହି ଚାଲ୍ ଆଜି କି କାଲିର ନୁହେଁ । ରାଷ୍ଟ୍ରପତିଙ୍କ ଚୟନ ସମୟରୁ ହିଁ ମାଇଣ୍ଡରେ ରଖା ଯାଇଥିଲା ଏକ ବଡ ଗେମ୍ । ଯାହାର ଭଲ ରେଜଲ୍ଟ ବି ପାଉଛି ବିଜେପି । ହୁଏ ତ ଆପଣ ମାନେ ଟିକେ ଟିକେ ଜାଣି ପାରିବେଣି । ଆମେ ଏଠାରେ ବିଜେପିର ଆଦିବାସୀଙ୍କୁ ନେଇ କରୁଥିବା ମାଇଣ୍ଡ୍ ଗେମ୍ କଥା କହୁଛୁ ।

ଏବେ ଛତିଶଗଡ଼ରେ ପ୍ରସ୍ତୁତି ଚାଲିଛି ଓଡ଼ିଶା ଏଣ୍ଟ୍ରିର । ଏତେ ବଡ଼ ବଡ଼ ନେତା ଥାଉ ଥାଉ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁ ଦେଓ ସାୟେ ଙ୍କୁ ବାଛିଛି । ଏହା ସହିତ ରମଣ ସିଂହ ଙ୍କୁ ବାଚସ୍ପତି , ଅରୁଣ ସାଏ ଓ ବିଜୟ ଶର୍ମାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବ ଦଳ । ତେବେ ଏପରି କରିବାର ଉଦ୍ଦେଶ୍ୟ ପୁରା ସ୍ପଷ୍ଟ ରହିଛି । ଦଳ ଭଲ ଭାବେ ଜାଣିଛି ଛତିଶଗଡ ରେ ଆଦିବାସୀ ଭୋଟ ହିଁ ଦଳକୁ ଜିତାଇ ପାରିବ ।

ଛତିଶଗଡରେ ତାଙ୍କର ଏହି ବିଜୟ ତାଙ୍କୁ ଅନ୍ୟ ଆଦିବାସୀ ଜନ ଜାତି ଥିବା ରାଜ୍ୟ ଝାଡ଼ଖଣ୍ଡ ତଥା ଓଡ଼ିଶାରେ ମଧ୍ୟ ଭଲ ରେଜଲ୍ଟ ଦେବ । ତେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦ ଚୟନ ପରେ ଏହା ଓଡ଼ିଶାକୁ ଟାର୍ଗେଟ କରି କରା ଯାଉଛି ବୋଲି ବେଶ୍ ଚର୍ଚ୍ଚା ହେଉଛି । ଏହା ଆମର ନୁହେଁ ବରଂ ଅନେକ ରାଜନୀତିଜ୍ଞ ବିଶାରଦ ମାନଙ୍କର ମଧ୍ୟ ମତ ରହିଛି । 

ବିଜେପି ଜାଣିଛି ଓଡ଼ିଶାରେ ସରକାର ଗଠନ କରିବାକୁ ହେଲେ ଆଦିବାସୀ ଭୋଟ ଅତି ଗୁରୁତ୍ଵ ପୂର୍ଣ୍ଣ ଅଟେ । ଏହି ସଂଖ୍ୟାକୁ ନଜର ରେ ରଖି ବିଜେପି ଓଡିଶାରୁ ମୂର୍ମୁଙ୍କୁ ଆଦିବାସୀ ରାଷ୍ଟ୍ରପତି ଭାବେ ବାଛିଥିଲା । ତେବେ ଯଦି ଅନ୍ୟ ରାଜ୍ୟ କଥା ଦେଖା ଯାଏ ବିଜେପିର ଅବସ୍ଥା ପ୍ରାୟ ସବୁଠାରେ ଭଲ ରହିଛି । ହେଲେ ଓଡ଼ିଶାରେ ଆଜି ଯାଏଁ ବି ଏଣ୍ଟ୍ରି କରି ପାରିଲାନି ବିଜେପି । 

ହେଲେ ଏଥର କିନ୍ତୁ ବିଜେପିର ଟାର୍ଗେଟରେ ଓଡ଼ିଶାର ଆଦିବାସୀ । ରାଜ୍ୟର ୧୫ ଟି ବିଧାନ ସଭା ଆସନରେ ଆଦିବାସୀ ସଂପ୍ରଦାୟଙ୍କ ସଂଖ୍ୟା ପ୍ରାୟ ୫୫ ପ୍ରତିଶତରୁ ଅଧିକ ରହିଛି । ଅର୍ଥାତ୍ ଓଡ଼ିଶାରେ ଏହି ଆସନ ଗୁଡ଼ିକରୁ ହାର୍ ଜିତ ଆଦିବାସୀ ଭୋଟ ଉପରେ ହିଁ ନିର୍ଭର କରେ । ହେଲେ କେବଳ ଦେଖିବା ବାକି ରହିଛି ବିଜେପିର ପ୍ରତି ଉତ୍ତରରେ କେଉଁ ନୂଆ ଆଦିବାସୀ ପଲିସି ଆଣୁଛି ବିଜେଡ଼ି ।