ଖ୍ରୀଷ୍ଟିଆନମାନଙ୍କର ସର୍ବଶ୍ରେଷ୍ଠ ଧାର୍ମିକ ନେତା ପୋପଙ୍କ ହେଲା ଦେହାନ୍ତ…

ସଂସ୍କାର : ଖ୍ରୀଷ୍ଟିଆନମାନଙ୍କର ସର୍ବଶ୍ରେଷ୍ଠ ଧାର୍ମିକ ନେତା ପୋପ୍ ବେନେଡିକ୍ଟ ଷୋଡ଼ଶ ଙ୍କ 95 ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । କ୍ୟାଥୋଲିକ ଧର୍ମର ସର୍ବୋଚ୍ଚ ନେତା ପୋପ୍ ଫ୍ରାନ୍ସିସ୍ ବୁଧବାର କହିଛନ୍ତି ଯେ ତାଙ୍କ ପୂର୍ବ ପୋପ୍ ଏମେରିଟସ୍ ବେନେଡିକ୍ଟ ଷୋଡଶ ଅସୁସ୍ଥ ଥିଲେ ।

ସେ ସମସ୍ତ ଅନୁଗାମୀମାନଙ୍କୁ ବେନେଡିକ୍ଟ ଷୋଡଶ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ, ଯାହାଫଳରେ ଭଗବାନ ତାଙ୍କୁ ଜୀବନର ଶେଷ ଦିନରେ ଶାନ୍ତି ପ୍ରଦାନ କରିବେ । କିନ୍ତୁ, ବର୍ତ୍ତମାନ ପୋପ୍ ଫ୍ରାନାନ୍ସିସ୍ ଙ୍କ ମୃତ୍ୟୁ ଖବର ଆସିଛି ।

600 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ପୋପ୍ ବେନେଡିକ୍ଟ ଫେବୃଆରୀ 2013 ରେ ଇସ୍ତଫା ଦେଇଥିଲେ । ସେ 95 ବର୍ଷ ବୟସରେ ଭାଟିକାନ ପଡିଆରେ ଏକ କନଭେଣ୍ଟରେ ରହୁଥିଲେ । ବିଗତ ବର୍ଷଗୁଡିକରେ ପୂର୍ବତନ ପୋପ୍ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପୋପ୍ ପଦ ଛାଡିବା ପରେ ବେନେଡିକ୍ଟ ତାଙ୍କର ଅଧିକାଂଶ ସମୟ ପ୍ରାର୍ଥନା ଏବଂ ଧ୍ୟାନରେ ବିତାଉଥିଲେ ।

Leave a Reply

Your email address will not be published. Required fields are marked *